thelifelinemedia
Latest Odisha News, Breaking News Today

ଖୁସି ଖବର ବାଣ୍ଟିଛନ୍ତି ସବ୍ୟର୍ଚ୍ଚିତା: ହେବାକୁ ଯାଉଛନ୍ତି ବାପା ମା, ଭିଡ଼ିଓ ସେୟାର କରି ଦେଲେ ସୂଚନା

ସବ୍ୟସାଚୀ ଲେଖିଛନ୍ତି ଯେ, 'Sharing a Sweet Secret' । ଅର୍ଥାତ୍ ନୂଆ ଅତିଥି ଆସିବାକୁ ଯାଉଛି। ଭିଡିଓରୁ ଜଣାପଡିଛି, ନୂଆ ଅତିଥି ଆସିବା ନେଇ ଏହି ଷ୍ଟାର ଦମ୍ପତ୍ତି ବହୁତ୍ ଖୁସି ଅଛନ୍ତି

ଭୁବନେଶ୍ୱର: ଖୁବ୍ ଜଲଦି ଖୁସି ଖବର ଦେବାକୁ ଯାଉଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚିତା ସାହୁ। ପ୍ରଶଂସକଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି ଏହି ଦୁଇ ଷ୍ଟାର। ସବୁ ଅପେକ୍ଷାର ଅନ୍ତ ଘଟିବା ସହ ଖୁସି ଖବର ବାଣ୍ଟିଛନ୍ତି ସବ୍ୟର୍ଚ୍ଚିତା । ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କ ପାଇଁ ସବ୍ୟସାଚୀ ଲେଖିଛନ୍ତି ଯେ, ‘Sharing a Sweet Secret’ । ଅର୍ଥାତ୍ ନୂଆ ଅତିଥି ଆସିବାକୁ ଯାଉଛି। ଭିଡିଓରୁ ଜଣାପଡିଛି, ନୂଆ ଅତିଥି ଆସିବା ନେଇ ଏହି ଷ୍ଟାର ଦମ୍ପତ୍ତି ବହୁତ୍ ଖୁସି ଅଛନ୍ତି।

ସବ୍ୟସାଚୀ ଏବଂ ଅର୍ଚ୍ଚିତା ଉଭୟେ ଲିଙ୍ଗରାଜ ମନ୍ଦିର ନିକଟରେ ଭିଡିଓ ସୁଟ୍ କରିଛନ୍ତି ଏବଂ ହ୍ୟାସଟ୍ୟାଗରେ ମଧ୍ୟ ଅର୍ଚ୍ଚିତା ଗର୍ଭବତୀ ଥିବା ସୂଚନା ଦେଇଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଏହି ସ୍ମରଣୀୟ ମୂହୁର୍ତ୍ତକୁ ଫଟୋ ଏବଂ ଭିଡିଓଗ୍ରାଫି କରିଛନ୍ତି ବାସୁଦେବ ଫିଲ୍ମସ୍ । ପୂର୍ବରୁ ଏହି ଟିମ୍ ସବ୍ୟର୍ଚ୍ଚିତାଙ୍କ ବିବାହର ସମସ୍ତ ସୁଟିଂ ଦାୟିତ୍ୱ ନେଇଥିଲେ । ବାପା ମାଆ ହେବା ଅପେକ୍ଷାରେରେ ଥିବା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଖୁସି କହିଲେ ନ ସରେ। ପ୍ରଶଂସକ ମାନେ ମଧ୍ଯ ଏହି ଷ୍ଟାର ଦମ୍ପତ୍ତିଙ୍କ ଖୁସିରେ ଖୁସି ହୋଇଛନ୍ତି।

Leave A Reply

Your email address will not be published.