thelifelinemedia
Latest Odisha News, Breaking News Today

ମେସିଙ୍କ ପାଇଁ ତୁମୁଳକାଣ୍ଡ:ପଡିଆରେ ଖେଳିଗଲା ହଇଚଇ,ଚେୟାର ଫିଙ୍ଗିଲେ, ବୋତଲ ଫୋପାଡ଼ିଲେ ଦର୍ଶକ

ମାତ୍ର ୧୦ ମିନିଟ୍‌ ପାଇଁ ଆସିଲେ ମେସି । ଘେରିଗଲେ ନେତା ଓ ମନ୍ତ୍ରୀ..। ଲୋକେ ମଧ୍ୟ ମେସିଙ୍କୁ ଦେଖିବାକୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁଥିନଲେ

କୋଲକତା:ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ପାଇଁ ତୁମୁଳକାଣ୍ଡ ଘଟିଛି। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ। ୧୪ ବର୍ଷ ପରେ ଭାରତ ଆସିଥିଲେ ଷ୍ଟାର ଫୁଟବଲର ମେସି। ଅବସର ଥିଲା ବହୁ ପ୍ରତୀକ୍ଷିତ ‘GOT ଟୁର୍’ର ଅଂଶ ଭାବରେ କୋଲକାତାରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା।ମେସିଙ୍କ ପାଇଁ ସକାଳୁ ଲାଇନରେ ଠିଆ ହୋଇଥିଲେ ଫ୍ୟାନ୍ସ । କିନ୍ତୁ ତାଙ୍କର ସାମାନ୍ୟ ଝଲକ ନ ପାଇ ଆରମ୍ଭ ହୋଇଥିଲା ହଙ୍ଗାମା । କିଛି କ୍ଷଣ ମଧ୍ୟରେ ରଣକ୍ଷେତ୍ର ପାଲଟିଥିଲା କୋଲକାତା ସଲଟ ଲେକ୍ ଷ୍ଟାଡିୟମ । କିଛି ପ୍ରଶଂସକ ପଡିଆରେ ଭଙ୍ଗାରୁଜା ମଧ୍ୟ କରିଥିଲେ।ମାତ୍ର ୧୦ ମିନିଟ୍‌ ପାଇଁ ଆସିଲେ ମେସି । ଘେରିଗଲେ ନେତା ଓ ମନ୍ତ୍ରୀ..। ଲୋକେ ମଧ୍ୟ ମେସିଙ୍କୁ ଦେଖିବାକୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁଥିନଲେ। ହେଲେ ସୁଯୋଗ ନ ମିଳିବାରୁ ଆରମ୍ଭ ହୋଇଗଲା ଫିଙ୍ଗା ଫୋପଡ଼ା କାର୍ଯ୍ୟକ୍ରମ। ରଣକ୍ଷେତ୍ର ପାଲଟିଗଲା ମଇଦାନ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।

ଅନ୍ୟପଟେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ମୁଖ୍ୟ ଆୟୋଜକ ଶତଦୃ ଦତ୍ତଙ୍କୁ ଅଟକ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଯେଉଁ ଭୁଲ ପରିଚାଳନା ଦେଖିଛୁ, ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ଅଧିକାରୀ କହିଛନ୍ତି।

 

Leave A Reply

Your email address will not be published.