thelifelinemedia
Latest Odisha News, Breaking News Today

ମାଲକାନଗିରିରେ ହଟିଲା ୧୬୩ ଧାରା: ଆଉ ୩୬ ଘଣ୍ଟା ବୃଦ୍ଧି ହେଲା ଇଣ୍ଟରନେଟ୍ କଟକଣା 

ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି। ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣା ଆଉ ୩୬ ଘଣ୍ଟା ବୃଦ୍ଧି କରାଯାଇଛି। ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣା ବଳବତ୍ତର ରହିଛି। ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ପ୍ରଶାସନ ଏଭଳି ନିଷ୍ପତି ନେଇଛି। ଇଣ୍ଟରନେଟ୍ କଟକଣା ବୃଦ୍ଧି ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ସୂଚନା। କିନ୍ତୁ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାରରୁ ଲାଗିଥିବା BNSS ୧୬୩ ହଟିଲା।’ମୋଟ୍ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି। ବିଦ୍ୟୁତ ସଂଯୋଗ ଓ ଜଳ ଯୋଗାଣ ସ୍ବାଭାବିକ ହୋଇଛି। ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଜିଲ୍ଲାପାଳ।

ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁରେ ଗଣ୍ଡଗୋଳ ପରେ ପ୍ରଶାସନର କଟକଣା ଜାରି କରାଯାଇଛି। ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପରେ ବି ଏନ୍ ଏସ୍ ୧୬୩ ଜାରି କରିଥିଲା ଜିଲ୍ଲା ପ୍ରଶାସନ।ରାଖେଲଗୁଡ଼ାର ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ।

Leave A Reply

Your email address will not be published.