thelifelinemedia
Latest Odisha News, Breaking News Today

ରାଜ୍ୟରେ ନିଯୁକ୍ତିକୁ ନେଇ ପୂର୍ବ ସରକାରକୁ ମୋହନଙ୍କ ଟାର୍ଗେଟ: ପୂର୍ବ ସରକାରରେ ନିୟମିତ ନିଯୁକ୍ତି ନ ଥିଲା

ବିଜେପି ସରକାରରେ ୧୭ ମାସରେ ୩୭୯୧୬ ନିଯୁକ୍ତି ହୋଇଛି

ଭୁବନେଶ୍ୱର: ନିଯୁକ୍ତି ମେଳାରେ ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟାର୍ଗେଟ କରିଛନ୍ତି। କହିଛନ୍ତି ପୂର୍ବ ସରକାରରେ ନିୟମିତ ନିଯୁକ୍ତି ଦିଆଯାଉ ନ ଥିଲା। ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା, ପୂରଣ କରାଯାଉ ନଥିଲା। କେତେକଙ୍କୁ ଠିକା କର୍ମଚାରୀ ଭାବେ ରଖି କାମ ଚଳାଇ ନେଉଥିଲେ। ନିୟମିତ କର୍ମଚାରୀ ନ ଥିବାରୁ ବଜେଟ୍‌ ଖର୍ଚ୍ଚ ହୋଇ ପାରୁ ନ ଥିଲା। ଆଉଟସୋର୍ସିଂ କର୍ମଚାରୀ ରହିଲେ ତଥ୍ୟ ବାହାରକୁ ଯିବା ଆଶଙ୍କା ରହୁଛି। ଏବେ ଆମ ସରକାରରେ ନିୟମିତ ଭାବେ ହେଉଛି ନିଯୁକ୍ତି ପ୍ରକ୍ରିୟା।

ବିଜେପି ସରକାରରେ ୧୭ ମାସରେ ୩୭୯୧୬ ନିଯୁକ୍ତି ହୋଇଛି।ନିଯୁକ୍ତି ମେଳାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତ୍ରୟୋଦଶ ନିଯୁକ୍ତି ମେଳାରେ ୩ ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି। 5 ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ।ନିଯୁକ୍ତି ବୃଦ୍ଧି ପାଇଁ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ୍‌ ରଖାଯାଇଛି ବୋଲି ନିଯୁକ୍ତି ମେଳାରେ ସୁଚନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

Leave A Reply

Your email address will not be published.