thelifelinemedia
Latest Odisha News, Breaking News Today

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ:ବାରବାଟୀ ଲଢ଼େଇ ପରେ ପୁଣି ଥରେ ମୁହାଁମୁହିଁ

ଭାରତ ସିରିଜର ପ୍ରଥମ ମ୍ଯାଚ ଜିତି ୧-୦ରେ ଆଗୁଆ ରହିଥିବାରୁ ଦଳର ମନୋବଳ ଉଚ୍ଚା ରହିଛି

ବ୍ୟୁରୋ: ବାରବାଟୀ ଲଢ଼େଇ ପରେ ଆଜି ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ନ୍ୟୁ ଚଣ୍ଡିଗଡ଼ରେ ସଂଧ୍ଯା ୭ଟାରେ ଖେଳାଯିବ ମ୍ଯାଚ। ଭାରତ ସିରିଜର ପ୍ରଥମ ମ୍ଯାଚ ଜିତି ୧-୦ରେ ଆଗୁଆ ରହିଥିବାରୁ ଦଳର ମନୋବଳ ଉଚ୍ଚା ରହିଛି। ୫ ଟିକିଆ ସିରିଜର ଦ୍ବିତୀୟ ମ୍ଯାଚରେ ଭ୍ରମଣକାରୀ ଦଳକୁ ପୁଣି ଚକମା ଦେବା ଚକ୍କରରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ଯାଚ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ୧୦୧ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ଭାରତ।

ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ଥିବାରୁ ଭାରତୀୟ ଦଳକୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ଦକ୍ଷିଣ ଆଫ୍ରିକା। ବାରବାଟୀରେ ଦଳର ବ୍ଯାଟ୍ସମ୍ଯାନ ବିଫଳ ହେବା ପରେ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ। ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ନ ହୋଇପାରେ। ସେହିପରି ଦକ୍ଷିଣ ଆଫ୍ରିକା ଦଳରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ।ଆଗକୁ  ଟି-ଟ୍ବେଣ୍ଟି ବିଶ୍ୱକପ ଥିବାରୁ ପ୍ରତିଟି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ।

Leave A Reply

Your email address will not be published.