ସୋନିଆଙ୍କୁ ମୋକିମଙ୍କ ଚିଠି:ଭକ୍ତଙ୍କ ନେତୃତ୍ବକୁ ନେଇ ଉଠାଇଲେ ପ୍ରଶ୍ନ
୩ ଥର ଭକ୍ତ ଦାସ ହାରିବା ପରେ ତାଙ୍କୁ ପିସିସି କରାଯିବା ଦୁର୍ଭାଗ୍ୟଜନକ। ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ନେତୃତ୍ବ ଦିଆଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ମହମଦ ମୋକିମ କହିଛନ୍ତି
କଟକ:ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ। ରାଜ୍ୟ ନେତୃତ୍ବର ନବୀକରଣ ନେଇ ଲେଖିଲେ ଚିଠି। ଚିଠିରେ ୬ଟି କାରଣ ଦର୍ଶାଇଲେ ମୋକିମ। ପିସିସି ସଭାପତିଙ୍କ ନେତୃତ୍ବକୁ ନେଇ ଅସନ୍ତୋଷ ଜାହିର କଲେ। କହିଲେ,ପିସିସି ସଭାପତିଙ୍କ ନେତୃତ୍ବରେ ଆଗକୁ ବଢ଼ିବା ଅସମ୍ଭବ। ଭକ୍ତ ଦାସ ଓ ଶରତ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ।କ୍ରମାଗତ ୬ ଥର ହାରିବା ପରେ ଶରତଙ୍କୁ ପୁଣି ପିସିସି କରାଗଲା।୨୦୨୩ରେ ଶରତଙ୍କୁ ପିସିସି କରାଯିବା କର୍ମୀଙ୍କ ମନୋବଳକୁ ଭାଙ୍ଗିଲା ବୋଲି ମୋକିମ କହିଛନ୍ତି। ସେହିପରି ୩ ଥର ଭକ୍ତ ଦାସ ହାରିବା ପରେ ତାଙ୍କୁ ପିସିସି କରାଯିବା ଦୁର୍ଭାଗ୍ୟଜନକ। ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ନେତୃତ୍ବ ଦିଆଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ମହମଦ ମୋକିମ କହିଛନ୍ତି।
ସେପଟେ ମୋକିମଙ୍କ ଚିଠିକୁ ନେଇ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ପ୍ରତିକ୍ରିୟା। କହିଛନ୍ତି, ଦଳ ଭିତରେ କନ୍ଦଳ ନାହିଁ, ଏହା ମତଭେଦ। ଚିଠିକୁ ନେଇ ଆଲୋଚନା କରାଯିବ ବୋଲି ଅନନ୍ତ ସେଠୀକହିଛନ୍ତି। ରାଜ୍ୟ କଂଗ୍ରେସରେ କନ୍ଦଳ କିଛି ନୂଆ କଥା ନୁହେଁ। ପୂର୍ବରୁ ବହୁବାର ରାଜ୍ୟ କଂଗ୍ରେସରେ ଅସ୍ଥିରତା ପଦାରେ ପଡ଼ିଛି। ଏବେ ମୋକିମଙ୍କ ବୟାନଙ୍କୁ ନେଇ ଏ କନ୍ଦଳ କେତେ ତେଜିବ ତାହା ଦେଖିବାର କଥା।