ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଟିମ୍ ଗଠନ:ଓଭରସାଇଟ୍ ଟିମ୍ ଗଠନ କଲା DGCA
ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ କୁହାଯାଇଛି। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା
ନୂଆଦିଲ୍ଲୀ: ଇଣ୍ଡିଗୋର ଉଡ଼ାଣ ଉପରେ ନଜର ରଖିବା ପାଇଁ ଟିମ୍ ଗଠନ ହୋଇଛି। ଇଣ୍ଡିଗୋର ଉଡ଼ାଣରେ କେଉଁଠି ତ୍ରୁଟି ରହୁଛି, ଯାତ୍ରୀଙ୍କୁ ଉପଯୁକ୍ତ ସେବା ଦେଇ ପାରୁଛି କି ନାହିଁ, ଏହି ସବୁ ଘଟଣାକ୍ରମ ଉପରେ ନଜର ରଖିବେ ଏହି ଟିମ। ଏଥିପାଇଁ ଏକ ୮ ଜଣିଆ ଓଭରସାଇଟ୍ ଟିମ୍ ଗଠନ କଲା DGCA। ଟିମ୍ରେ ୮ ଜଣ ବରିଷ୍ଠ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟର ରହିବେ। ଗୁରୁଗ୍ରାମସ୍ଥିତ କର୍ପୋରେଟ୍ ଅଫିସ୍ରେ ୨ ଅଧିକାରୀ ସ୍ଥାୟୀ ଭାବେ ରହିବେ।
ଅନ୍ୟପଟେ ବିମାନ ସଂଖ୍ୟା ୫ ପ୍ରତିଶତ କମାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ରହିଛି।ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦କୁ କମାଇବାକୁ DGCA କହିଛି। ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ କୁହାଯାଇଛି। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା। ସୂଚନା ଅନୁସାରେ ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ। ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବା ନେଇ ଜଣାପଡିଛି।