ରାହୁଲ କୋଟେରୀ ଗ୍ରୁପ୍ରୁ ନ ବାହାରିଲେ, ଠିକ୍ ନିଷ୍ପତ୍ତି ନେଇପାରିବେନି: କଂଗ୍ରେସ ନେତୃତ୍ବକୁ ଟାର୍ଗେଟ
ଗୋଟିଏ ଗଣମାଧ୍ୟମରେ ମୋତେ, ରମେଶ ଜେନାଙ୍କୁ ବିଭୀଷଣ କହିଛନ୍ତି ଭକ୍ତ
ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ କାର୍ଯ୍ୟଶୈଳୀକୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମକିମ୍। କହିଛନ୍ତି ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ୩ ରାତି ଓଡ଼ିଶାରେ ରହିଲେ, କର୍ମୀଙ୍କୁ ଭେଟିଲେନି।ରାହୁଲ କୋଟେରୀ ଗ୍ରୁପ୍ରୁ ନ ବାହାରିଲେ, ଠିକ୍ ନିଷ୍ପତ୍ତି ନେଇପାରିବେନି ବୋଲି ମୋକିମ କହିଛନ୍ତି।ସେ ଯଦି ଓଡ଼ିଶାରେ ତୃଣମୂଳ କର୍ମୀଙ୍କୁ ଭେଟିଥାନ୍ତେ କେତେ ଭଲ ହୋଇଥାନ୍ତା।ଖଡ୍ଗେଙ୍କୁ ୮୩ ବର୍ଷ ହେଲାଣି, ସେ କିପରି ଯୁବକଙ୍କ ନେତୃତ୍ବ ନେବେ।
ଅନ୍ୟପଟେ ରାଜ୍ୟରେ ଯେଉଁମାନେ କ୍ରମାଗତ ହାରୁଛନ୍ତି, ସେମାନେ ଆଗରେ ବସୁଛନ୍ତି।କଟକରେ କଂଗ୍ରେସ ଜିତି ପାରୁ ନ ଥିଲା, ମୁଁ ଜିତାଇବାରେ ସଫଳ ହୋଇଛି। ଗୋଟିଏ ଗଣମାଧ୍ୟମରେ ମୋତେ, ରମେଶ ଜେନାଙ୍କୁ ବିଭୀଷଣ କହିଛନ୍ତି ଭକ୍ତ। ଦଳର ନେତୃତ୍ବ ନେଲା ପରେ କିପରି ମିଡିଆକୁ କୁହାଯାଏ ତାହା ଜାଣିବା ଦରକାର ବୋଲି ମୋକିମ କହିଛନ୍ତି।