କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ: ୩ବର୍ଷ ଅପେକ୍ଷା କରି ରାହୁଲଙ୍କ ସାକ୍ଷାତ ପାଇନି
୧୦ ମାସ ହେଲାଣି ଭକ୍ତ ନେତୃତ୍ବ ନେଲେଣି, କଣ କରିଛନ୍ତି
ଭୁବନେଶ୍ୱର: କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ବ କାର୍ଯ୍ୟକରୁ ନାହାନ୍ତି। ଏଥିପାଇଁ ମୁଁ ଚିଠି ଏଆଇସିସି ସଭାପତିଙ୍କୁ ଲେଖିନି, ସୋନିଆଙ୍କୁ ଲେଖିଛି ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି। ସୋନିଆ ଆମ ଦଳର ସର୍ବୋଚ୍ଚ ନେତ୍ରୀ, ବିଶ୍ବାସ ରହିଛି ବିଚାର କରିବେ। ସୋନିଆଙ୍କ ନେତୃତ୍ବରେ ଦଳ କ୍ଷମତାକୁ ଫେରି ପାରିଥିଲା। ୧୦ ମାସ ହେଲାଣି ଭକ୍ତ ନେତୃତ୍ବ ନେଲେଣି, କଣ କରିଛନ୍ତି ପଚାରିଲେ। ବୁଥ୍ ଲେବୁଲ୍କୁ ଯାଇ ନାହାନ୍ତି, ଭୁବନେଶ୍ବରରେ ବସିଲେ କିଛି ହେବନି। ସେ କଂଗ୍ରେସ ପରିବାରରୁ ଆସି ନାହାନ୍ତି, ଜନତା ଦଳରୁ ଆସିଛନ୍ତି। ବିହାର ଓ ୟୁପି କଥା ଉଠାଇ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବକୁ ଚ୍ୟାଲେଞ୍ଜ୍ କଲେ।
ଆହୁରି କହିଛନ୍ତି, ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟ ରହିଛି, ମାତ୍ର ସେଠାରେ ଆମେ ଜିରୋ। ବିଧାୟକ ଥିଲା ବେଳେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ ଦେଖା କରିପାରିନି ବୋଲି କହିଛନ୍ତି ମୋକୀମ