thelifelinemedia
Latest Odisha News, Breaking News Today

ବିହାର ନିର୍ବାଚନ:ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ କେଁ

ପାଟନା: ଆସନ ବୁଝାମଣା କୁ ନେଇ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ କେଁ। ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟ ଓ ଇଣ୍ଡି ମେଣ୍ଟରେ ବିଧିବଦ୍ଧ ଭାବେ ଆସନ ବୁଝାମଣାକୁ ନେଇ ସହମତି ହୋଇ ପାରୁନି। ନିଜ ପସନ୍ଦ ମୁତାବକ ଆସନରେ ପ୍ରାର୍ଥୀ ଦେଇଛନ୍ତି ଅଂଶୀଦାର ଦଳ।

ଏଥିରେ ଆରଜେଡି ସର୍ବାଧିକ ୧୪୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ଦେଇଛି ୬୧ଟି ଆସନରେ ପ୍ରାର୍ଥ। ସେହିପରି ବାମଦଳ ସିପିଆଇ-ଏମଏଲ୍, ସିପିଆଇ ଓ ସିପିଏମ୍ ୩୦ଟି ଏବଂ ମୁକେଶ ସୈନିଙ୍କ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୧୫ଟି ଆସନରେ ପ୍ରାର୍ଥୀ ଦେଇଥିବା ଜଣାପଡିଛି।

ଏଭଳି ସ୍ଥିତିରେ ମହାମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ ୧୨ଟି ଆସନରେ ଲଢେଇ ହେବ। ଖାଲି ସେତିକି ନୁହେଁ କଂଗ୍ରେସ ଓ ଆରଜେଡି ମଧ୍ୟରେ ୬ଟି ଆସନରେ ଲଢେଇ ହେବା ନେଇ ଜଳଜଳ ଦିଶୁଛି।ବୈଶାଳୀ, ସିକନ୍ଦ୍ରା, କହଲଗାଓଁ, ସୁଲତାନଗଞ୍ଜ, ନରକାଟିଆଗଞ୍ଜ ଓ ୱାରସାଲିଗଞ୍ଜ ଆସନରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଲଢେ଼ଇ ହେବ।

ଅକ୍ଟୋବର ୨୩ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ତେଣୁ ଏହି ତାରିଖ ପରେ ପ୍ରତିଦ୍ବନ୍ଦ୍ବିତା ଚୂଡାନ୍ତ ହେବ। ତେବେ ବଛୱାରା, ରାଜପାକର ଓ ବିହାର ସରିଫରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବାରୁ ଏହାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ଅତିକ୍ରାନ୍ତ ହୋଇସାରିଛି।

Leave A Reply

Your email address will not be published.