thelifelinemedia
Latest Odisha News, Breaking News Today

SI ପରୀକ୍ଷା ସ୍କାମ୍‌; CBI ତଦନ୍ତ ସୁପାରିସ୍‌

ଭୁବନେଶ୍ଵର: ପୋଲିସ SI ସ୍କାମରେ CBI ତଦନ୍ତ ପାଇଁ ସୁପାରିସ୍‌ କଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ ରହିଛି। ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ। ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBI ତଦନ୍ତ ସୁପାରିସ ହୋଇଛି।ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି ସମ୍ନାକୁ ଆସିଛି।

ଏ ଘଟଣାରେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେଡି । ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ କହିଥିଲା ଯେ, କ୍ରାଇମ୍ ବ୍ରାଞ୍ଚ ଛୋଟ ଛୋଟ ଅପରାଧିଙ୍କୁ ଧରି କ୍ରେଡିଟ ନବାକୁ ଚାହୁଁଚି । ଏବେ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏହି ସ୍କାମରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏ ପର୍ଯ୍ୟନ୍ତ ଫେରାର ରହିଛି

Leave A Reply

Your email address will not be published.