ପୀତବାସଙ୍କ ଘର ପାଖରେ ଭଡ଼ାରେ ଥିଲେ ସୁଟର
ବ୍ରହ୍ମପୁର:ପୀତବାସ ପଣ୍ଡାଙ୍କ ଘର ପାଖରେ ଭଡ଼ାରେ ଆସି ରହିଥିଲେ ସୁଟର। ପ୍ରଥମ ଉଦ୍ୟମ ବିଫଳ ହେବା ପରେ ମାତ୍ର ୨ ଶହ ମିଟର ଦୂରରେ ରହିଥିଲେ।ସବୁ ରେକି କରିବା ପରେ ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ। ଚିଣ୍ଟୁ ପ୍ରଧାନ ବେଙ୍ଗାଳୁରୁରୁ ଆସିଥିଲେ, ଯୋଡ଼ି ହୋଇଥିଲେ କୁରୁପତି ଭୂୟାଁ। ଘଟଣା ଦିନ ନୂଆ ଡ୍ରେସ, ନୂଆ ଜୋତା ପିନ୍ଧି ବାଇକ୍ରେ ଆସିଥିଲେ। ପୀତବାସଙ୍କ ଅଟକାଇ ନମସ୍କାର ହୋଇଥିଲେ, ଏହାପରେ ଗୁଳି ଚଳାଇଥିଲେ।ଚିଣ୍ଟୁ ପ୍ରଧାନ ଗାଡ଼ି ଡ୍ରାଇଭ୍ କରିଥିଲେ, କୁରୁପତି ଗୁଳି ଚଳାଇଥିଲେ।ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲୀରେ ଡ୍ରେସ୍ ବଦଳାଇଥିଲେ।ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ବରମରେ ପହଞ୍ଚିଥିଲେ।ରାମେଶ୍ବରମରେ ଗାଡ଼ିଟି ଛାଡ଼ି ପୁରୀ ପଳାଇଯାଇଥିଲେ।
ଏ ପୁରା ଘଟଣାରେ ଖଳନାୟକ ହେଉଛନ୍ତି ବିଜେଡି ନେତା ବିକ୍ରମ ପଣ୍ଡା ।ଯାହାକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ତାକୁ ହତ୍ୟା କରିବା ଅଭିଯୋଗରେ ଆଜି ବନ୍ଧା ହେଲେ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ବିଜେଡି ନେତା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ତାଙ୍କ ଘରେ ପହଞ୍ଚିଥିଲେ ଓ ଶ୍ରଦ୍ଧାଞ୍ଜଳି ଦେଇଥିଲେ।