thelifelinemedia
Latest Odisha News, Breaking News Today

ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି।

ବିକ୍ରମ ପଣ୍ଡାଙ୍କ ସମେତ ୪ ଜଣ ଗିରଫ. ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ),କର୍ପୋରେଟର୍ ମଳୟ ବିଷୋୟୀ ଏବଂ ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇ ଗିରଫ ହୋଇଛନ୍ତି। ମର୍ଡର ପାଇଁ 50 ଲକ୍ଷ ଡ଼ିଲ ହୋଇଥିଲା ବୋଲି ପୋଲିସ କହିଛି।

ଗତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ବିଭିନ୍ନ ଦିଗକୁ ନେଇ ପୋଲିସ ଛାନଭିନ କରିଥିଲା। ହତ୍ୟା ପଛରେ ରାଜନୈତିକ, ବ୍ୟକ୍ତିଗତ ଓ ବୃତ୍ତିଗତ କାରଣକୁ ନେଇ ପୋଲିସ ଛାନଭିନ କରିବା ପରେ ବିଜେଡି ନେତା ବିକ୍ରମ ପଣ୍ଡାକୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.