ଦିଲ୍ଲୀର ବାୟୁ ଦୂଷିତ
ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀର ବାୟୁ ପୁଣି ଦୂଷିତ ହୋଇଛି। ସୋମବାର ରାତି ପ୍ରାୟ ୧. ୩୦ ମିନିଟରେ ଲକ୍ଷ୍ନୌର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ୧୩୧୭ ଥିବାବେଳେ ନୂଆଦିଲ୍ଲୀର ଏକ୍ୟୁଆଇ ୯୯୧ ଏବଂ ନୋଏଡାର ଏକ୍ୟୁଆଇ ୭୭୭ ପହଞ୍ଚିଯାଇଥିଲା।
ତେବେ ମଙ୍ଗଳବାର ସୂର୍ଯ୍ୟ ଉଦୟ ପରେ ଏଥିରେ ସାମାନ୍ୟ ସୁଧାର ଦେଖାଯାଇଛି। ସୁପ୍ରିମକୋର୍ଟ ଦୀପାବଳିରେ ଦିଲ୍ଲୀ-ଏନସିଆରେ ରାତି ୮ଟାରୁ ୧୦ ମଧ୍ୟରେ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ।
ତେବେ ଅନେକ ନାଗରିକ ଏହି ନିୟମ ଉଲ୍ଲଙ୍ଘନ କରିଛନ୍ତି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇଥିଲେ। ଫଳରେ ପ୍ରଦୂଷଣ ମାତ୍ରା ବଢିଛି। ଅନ୍ୟପଟେ ଏହାକୁ ନେଇ ଆମ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ବାଜ ଦିଲ୍ଲୀ ସରକାରଙ୍କୁ ଘେରିଛନ୍ତି।