thelifelinemedia
Latest Odisha News, Breaking News Today

ପୁଣି ଆସୁଛି ଲଘୁଚାପ: ବାତ୍ୟା ଭୟ ଭିତରେ ବଡ଼ କଥା କହିଲେ ଆଇଏମଡି ଡ଼ିଜି

ଭୁବନେଶ୍ଵର: ଆସନ୍ତା 21 ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା। ଏହା ପରେ ଅବପାତର ରୂପ ନେଇପାରେ ବୋଳି ସୂଚନା ଦେଇଛି ପାଣିପାଗ ବିଭାଗ।

ତେବେ ଏହା ବାତ୍ୟାର ରୂପ ନେଇ ପରେ ବୋଲି କିଛି ବିଦେଶୀ ପାଣିପାଗ ମଡେଲ ଆକଳନ କରୁଛନ୍ତି। ଓଡିଶା ପାଇଁ ବାତ୍ୟା ଅଛି ବୋଲି ଅନୁମାନ କରୁଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି।

ଅନ୍ୟପଟେ ଓଡ଼ିଶା ପାଇଁ ୱାର୍ଣ୍ଣିଂ ଜାରି କରିନୁ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ ଓ ଅବପାତ ନେଇ IMD ଡିଜି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା କେବଳ ୨୧ରେ ଲଘୁଚାପ, ୨୩ ସୁଦ୍ଧା ଅବପାତ ଆକଳନ ହୋଇଛି। ଏହା ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି।

ଓଡ଼ିଶା ପାଇଁ କୌଣସି ପ୍ରକାର ସତର୍କ ସୂଚନା ଜାରି କରିନୁ। ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିବା ଦରକାର।ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ନେଇ ଆକଳନ କରିହେବ ବୋଲି ଆଇଏମଡି ଡ଼ିଜି କହିଛନ୍ତି।

Leave A Reply

Your email address will not be published.