thelifelinemedia
Latest Odisha News, Breaking News Today

ଧନତେରସରେ ସୁନା ନ କିଣିଲେ, ଝାଡୁ କିଣନ୍ତୁ: ଦୂର ହେବ ଆର୍ଥିକ ସମସ୍ୟା

ଭୁବନେଶ୍ଵର: ଧନତେରସରେ ସୁନା ଓ ରୂପା କିଣିବାର ପରମ୍ପରା ରହିଛି। କିନ୍ତୁ ଯଦି ଆପଣ ସୁନା କିଣିବାକୁ ଅସମର୍ଥ ଅଛନ୍ତି ତା ହେଲେ ଝାଡୁ କିଣନ୍ତୁ ଫାଇଦାରେ ରହିବେ। ଧନତେରସରେ ସୁନା-ଚାନ୍ଦି, ବାସନକୁସନ ଆଦି କିଣିବାର ବିଧାନ ରହିଛି।

ଏକକାଳୀନ ୩ଟି ଝାଡ଼ୁ କିଣନ୍ତୁ।ଧନତେରସ ଦିନ ଝାଡ଼ୁ କିଣିବା ଦ୍ୱାରା ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏହିଦିନ ଝାଡ଼ୁ କିଣିବା ସହ ଏହାସହ ଜଡ଼ିତ କିଛି ମାନ୍ୟତା ଗୁଡ଼ିକୁ ପାଳନ କଲେ ଘରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ତେବେ ଧନତେରସ ଦିନ କିଣିଥିବା ଝାଡ଼ୁ ସହ ଜଡ଼ିତ ପ୍ରଥମ ନିୟମ ହେଉଛି, ଏହାକୁ କିଣିବା ଦିନ ଏହାର ବେଣ୍ଟରେ ଧଳା ରଙ୍ଗ ସୂତା ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। କିଣିଥିବା ଝାଡୁକୁ କଦାପି ପାଦରେ ମାରନ୍ତୁ ନାହିଁ।ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।

Leave A Reply

Your email address will not be published.