thelifelinemedia
Latest Odisha News, Breaking News Today

କଟକରେ ୨ ଘଣ୍ଟା ଫୁଟିବ ବାଣ

ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଭୁବନେଶ୍ଵର ଭଳି କଟକରେ ବି ବାଣଫୁଟା ପାଇଁ ଦୁଇ ଘଣ୍ଟା ଅନୁମତି ରହିଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟାଇବା ଲାଗି ଅନୁମତି ରହିଛି।

ଏ ନେଇ କଟକ ଡିସିପି ରିଷିକେଶ ଖିଲାରି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ର ନଜର ରହିବ ଏବଂ ଯଦି କେହି ଏଥିରେ ଖିଲାପ କରେ , ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଳୀ ପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବୋଦନଶୀଳ ସ୍ଥାନରେ ପୁଲିସ୍‌ ମୁତୟନ ରହିବେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି। ତେବେ ଦୀପାବଳିରେ ଭୁବନେଶ୍ଵରରେ ମଧ୍ୟ ରାତି ୯ଟା ପରେ ବାଣଫୁଟାକୁ ବାରଣ କରାଯାଇଛି। ଏ ନେଇ କଡା ନିର୍ଦେଶ ଦେଇଥିଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା।

Leave A Reply

Your email address will not be published.