ଜୟ ପୋଷ୍ୟ ପୁତ୍ର,ରାଜୁ ଢୋଲକିଆଙ୍କ ରକ୍ତ ପ୍ରବାହିତ ହେଉନି: ବିଜେଡ଼ି
ଭୁବନେଶ୍ୱର:ଫୁଲ ଧରିବା ପରେ ଜୟ ଢୋଲକିଆଙ୍କୁ ଟାର୍ଗେଟ କରିଛି ବିଜେଡ଼ି।ଜୟ ବିକ୍ରି ହୋଇଗଲେ ବୋଲି କହିଛନ୍ତି ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଜେନା।ପ୍ରେସମିଟ୍ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ୍ କଲେ ପ୍ରତାପ ଜେନା। କହିଲେ,ଘୋଡ଼ା ବେପାରରେ ବିକ୍ରି ହୋଇଗଲେ ଜୟ ଢୋଲକିଆ।ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ ପସନ୍ଦ କରି ନ ଥାନ୍ତେ।
ଜୟ ବିଜେପିରେ ମିଶିଲେ ବି ନୂଆପଡ଼ାରେ କୌଣସି ପ୍ରଭାବ ପଡ଼ିବନି । ପୋଷ୍ୟ ପୁତ୍ର ଥିଲେ, ରାଜୁ ଢୋଲକିଆଙ୍କ ରକ୍ତ ପ୍ରବାହିତ ହେଉନି ବୋଲି ପ୍ରତାପ କହିଛନ୍ତି। ତାଙ୍କ ଦଳରେ ପ୍ରାର୍ଥୀ ନାହାନ୍ତି, ଅନ୍ୟ ଦଳରୁ ନେଉଛନ୍ତି, ନିନ୍ଦା କରୁଛୁ ବୋଲି ବିଜେଡ଼ି ବରିଷ୍ଠ ନେତା ପ୍ରତାପ କହିଛନ୍ତି। ଏବେ ଦଳ କାହାକୁ ପ୍ରାର୍ଥୀ କରିବ ତାରି ଉପରେ ସମସ୍ତଙ୍କର ନଜର ରହିଛି।