କଲେଜ୍ ଦୋଷ: ଝିଅ ମାନେ ରାତିରେ ବାହାରନ୍ତୁ ନାହିଁ: ମମତା ବାନାର୍ଜୀ
ବ୍ୟୁରୋ:ଝିଅମାନେ ରାତିରେ କଲେଜ ବାହାରକୁ ନଯାଆନ୍ତୁ। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିନ୍ନ ମତ ସାମ୍ନାକୁ ଆସିଛି। ଅବାନ୍ତର ଯୁକ୍ତି କରିଛନ୍ତି ସେ। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ।
ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା ପଚାରିଲେ। ମୁଁ ଯେତିକି ଜାଣିଛି ଘଟଣାଟି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି।ଘରୋଇ ମେଡିକାଲ୍ କଲେଜ ଝିଅମାନଙ୍କ ଦାୟିତ୍ବ ଠିକ୍ ଭାବେ ନେବା ଦରକାର।ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ।ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି, କାହାକୁ ଛାଡ଼ାଯିବ ନାହିଁ। ଅନ୍ୟ ରାଜ୍ୟଗୁଡ଼ିକରେ ଏହା ଘଟିଲେ ମଧ୍ୟ ନିନ୍ଦନୀୟ।
ଏହିପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର, ଓଡ଼ିଶାରେ ଘଟିଛି
ଆମେ ମଧ୍ୟ ଭାବୁଛୁ ଯେ ସେଠାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ମମତା କହିଛନ୍ତି।