ଉପର ପଡ଼ିଆରେ ହେବ କଟକ ଐତିହାସକ ବାଲିଯାତ୍ରା
କଟକ: କଟକ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ । ଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ ।
ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ପୂର୍ବ ରାୟର କାର୍ଯ୍ୟକାରିତା ସମ୍ପର୍କରେ କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା ।
ତେବେ ବାଲିଯାତ୍ରା ସ୍ଥାନ ନିରୂପଣ ବାବଦରେ ପୂର୍ବରୁ କୌଣସି ନିର୍ଦ୍ଦେଶ ହୋଇନାହିଁ, ଏଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।