IAS ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍ସି କମିସନର ଦାୟିତ୍ୱରେ ବି ଅଛନ୍ତି । ସେହିଭଳି ଏନ୍ ଥିରୁମାଲା ନାଏକଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ମିଳିଛି । ଏସ୍ଏନ୍ ଗିରିଶଙ୍କୁ ମିସନ ଶକ୍ତି ବିଭାଗ ଦାୟିତ୍ୱ । ସୁରେନ୍ଦ୍ର କୁମାର ମୀନାଙ୍କୁ ଏସ୍ସି/ଏସ୍ଟି ଓ ପଛୁଆବର୍ଗ ଦାୟିତ୍ୱ ମିଳିଥିବା ବେଳେ ଶୁଭଶ୍ରୀ ନନ୍ଦଙ୍କୁ ମିଳିଛି ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରେ ୩ IAS ଅଧକାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ସମର୍ଥ ବର୍ମା, ସ୍ୱଧାଦେବ ସିଂ ଓ ଶାଳିନୀ ପଣ୍ଡିତ କେନ୍ଦ୍ର ଡେପୁଟେସନରେ ଯାଇଛନ୍ତି । ଏହି ୩ ଜଣଙ୍କ ପାଖରେ ବଡ଼ ବଡ଼ ବିଭାଗ ରହିଥିଲା ।