thelifelinemedia
Latest Odisha News, Breaking News Today

ମହିଳା କର୍ମଚାରୀଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି

ନୂଆଦିଲ୍ଲୀ: ମହିଳା କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏବଂ କର୍ମକ୍ଷେତ୍ରରେ ସମାବେଶକୁ ପ୍ରୋତ୍ସାହିତ କରିବା ପାଇଁ କର୍ଣ୍ଣାଟକ ସରକାର ଗୁରୁବାର “ମାସିକ ଋତୁସ୍ରାବ ଛୁଟି ନୀତି ୨୦୨୫”କୁ ଅନୁମୋଦନ କରିଛନ୍ତି।

ଏହି ନୀତି ଅନୁଯାୟୀ, ମହିଳାମାନେ ମାସିକ ଋତୁସ୍ରାବ ସମୟରେ ପ୍ରତି ମାସରେ ଗୋଟିଏ ଦିନ ଲେଖାଏ ଛୁଟି ପାଇବେ। ଏଥିରେ ସେମାନଙ୍କ ଦରମା କଟିବ ନାହିଁ। ଏହି ନୂଆ ନୀତି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଷାକ ଶିଳ୍ପ, ବହୁରାଷ୍ଟ୍ରୀୟ କମ୍ପାନୀ, ଆଇଟି ଫାର୍ମ ଏବଂ ଅନ୍ୟାନ୍ୟ ଘରୋଇ କ୍ଷେତ୍ର ସଂଗଠନରେ କାମ କରୁଥିବା ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ଗୁରୁବାର ଠାରୁ ଏହି ନୀତି କାର୍ଯ୍ୟକାରୀ ହୋଇଛି।

୨୦୨୪ ମସିହାର ଆସିଥିବା ଏହି ନୀତିରେ ପ୍ରଥମେ ପ୍ରତିବର୍ଷ ୬ଟି ଋତୁସ୍ରାବଜନିତ ଛୁଟି ପ୍ରଦାନ କରିବାର ପ୍ରସ୍ତାବ ରହିଥିଲା। ହେଲେ ନୂଆ ନୀତିରେ ଏଥିରେ ପରିବର୍ତ୍ତନ କରାଯାଇ ବାର୍ଷିକ ୧୨ ଦିନର ଦରମା ଛୁଟି ପ୍ରଦାନ କରାଯାଇଛି।

Leave A Reply

Your email address will not be published.