thelifelinemedia
Latest Odisha News, Breaking News Today

ଏସଆଇ ନିଯୁକ୍ତି ଘୋଟାଲା:ବଣିକରେ ରେଡ୍

ଭୁବନେଶ୍ଵର: ଏସଆଇ ନିଯୁକ୍ତି ଘୋଟାଲାରେ ବଣିକ କୋଚିଙ୍ଗ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚର ବଡ ରେଡ୍ ହୋଇଛି। ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଅଛନ୍ତି ବୋଲି ରେଡ୍‌ ବେଳେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା।ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିବା ସୂଚନା ମିଳିଛି କହିଲେ। କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି।

 

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋଚିଙ୍ଗ ସେଣ୍ଟର ମୁଖ୍ୟ ସୁବ୍ରତ ଛାଟୋଇ। କହିଲେ ବାଣିକ୍‌’ର ପୋଲିସ SI ପରୀକ୍ଷା ଘୋଟାଲରେ ସମ୍ପୃକ୍ତି ନାହିଁ କହିଲେ।ମୁଁ କିମ୍ବା ମୋର କୌଣସି ଷ୍ଟାଫ୍‌ ଏଥିରେ ସମ୍ପୃକ୍ତ ନାହାନ୍ତି।ରାଜନୈତିକ ଉଦ୍ଦେଶ୍ୟ ରଖି ବାଣିକ୍‌କୁ ଟାର୍ଗେଟ୍‌ କରାଯାଉଛି।ଯଦି ପ୍ରମାଣ ଅଛି ମୋତେ ବାନ୍ଧି କୋର୍ଟରେ ପ୍ରମାଣିତ କରନ୍ତୁ।କ୍ରାଇମବ୍ରାଞ୍ଚ ହେଉ କି CBI, ମୋତେ ଡାକିଲେ ପକ୍ଷ ରଖିବି.୧୨ ପିଲା ବାଣିକ୍‌ରେ ପଢ଼ିଥିବା କୁହାଯାଉଛି, ବାସ୍ତବରେ ଏହା ୬’ ଆଉ କିଛି ପିଲା ଡିନାଏଡ୍‌ ବୋଲି ଲେଖିଥିବା ଦର୍ଶାଯାଇଛି।ଡିନାଏଡ୍‌ ଅର୍ଥ ବୋଧେ ପୋଲିସ କିଛି ପ୍ରଭାବୀ ଲୋକଙ୍କ ନାଁ ଲୁଚାଉଛି। ଅନେକ କୋଚିଂ ସେଣ୍ଟର ନାଁ ଥିଲା ବେଳେ କେବଳ ବାଣିକ୍‌କୁ ଟାର୍ଗେଟ୍‌ କାହିଁକି ବୋଲି ସୁବ୍ରତ କହିଛନ୍ତି.

Leave A Reply

Your email address will not be published.