thelifelinemedia
Latest Odisha News, Breaking News Today

ରେଢ଼ାଖୋଲରେ ମଦ ମାଫିଆଙ୍କ ରାଜୁତି, ପ୍ରଶାସନ ଚୁପ

ରେଢ଼ାଖୋଲ: ବହୁତ୍ ଦିନ ହେବା ରେଢ଼ାଖୋଲ ଠାରେ ଏକ ଦେଶୀ ମହୁଲି ଭାଟି ଝାଡଖଣ୍ଡର ରାକେଶ ସାହୁ ନାମକ ବ୍ୟକ୍ତି ଚଳାଉଛନ୍ତି। ଏଥିରେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ମିଲିଭଗତରେ ଖୁଲମ୍ ଖୁଲା ମଦରେ ଅପମିଶ୍ରଣ କରାଯାଉଛି ବୋଲି ଆମ ପ୍ରତିନିଧିଙ୍କ ପାଖରେ ଖବର ହସ୍ତଗତ ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ଦେଶୀ ମହୁଲି ଭାଟିକୁ ଚଳେଇବା ପାଇଁ ଯେଉଁ ସବୁ ନିୟମ ବଳୀ ରହିଛି ତାକୁ ଭାଟି ମାଲିକ ଉଲଙ୍ଗନ କହୁଛନ୍ତି ଏବଂ ଭେଜାଲ କରାଯାଉଛି। ଉଦାହରଣ ସ୍ୱରୂପ ଆମ ପାଖରେ ଖବର ଅଛି ଯେ ଅବକାରୀ ବିଭାଗର ଗାଇଡଲାଇନ୍ କହୁଛି ଏସଓପି ମାନିବା ପାଇଁ କିନ୍ତୁ ତା ବଦଳରେ ଏଠି ହେଉଛି କଣ ।

1 ଚିନି ଅଧିକ ମିଶ୍ରଣ ହେଉଛି।
2 ସକାଳ 6 ଟା ରୁ ସନ୍ଧ୍ୟା 6 ଟା ଭାଟି ଖୋଲିବାର ନିୟମ ଅଛି। କିନ୍ତୁ ତାହା ଉଲଂଘନ ହେଉଛି ।
3- ଅଧିକ ଉତ୍ପାଦନ କରାଯାଉଛି।
4-ଏହି ପରି ସବୁ ନିୟମକୁ ଉଲଂଘନ କରାଯାଉଛି।
ଏହାଦ୍ୱାରା ମଦ ମୃତ୍ୟୁ ର ସମ୍ଭାବନା ଅଧିକ ରହୁଛି। ଏହାସହିତ ସମାଜ ଉପରେ କୁବୁଦ୍ଧି ପକାଇବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ଜିଲ୍ଲା ପ୍ରଶାସନ, ଜିଲ୍ଲା ଅବକାରୀ ବିଭାଗ ଓ ଭାଟି ମାଲିକଙ୍କ ଠୁ ମାସକୁ ମୋଟା ଅଙ୍କର ଲଞ୍ଚ ନେଇ ଏପରି ଚଳାଇଛନ୍ତି ବୋଲି ଆମ ହାତରେ ଏହି ଖବର ହସ୍ତଗତ ହୋଇଛି। ଦେଶୀ ମଦ ଭାଟିକୁ ଯଥା ଶୀଘ୍ର ବନ୍ଦ କରିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାର ଆବଶ୍ୟକତା ରହିଛି। ତାହା ନହେଲେ ଆଗାମୀ ଦିନରେ ରେଢ଼ାଖୋଲ ରେ ମଦ ମାଫିଆ ସାହୁ କାୟା ବିସ୍ତାର କରିବ। ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ନମୁନା ସଂଗ୍ରହ କରିବା ଉଚିତ ଏବଂ ତଦନ୍ତ କରିବା ଉଚିତ ବୋଲି ଦାବି ହେଉଛି।ନଚେତ ଲାଇଫ ଲାଇନ ମିଡ଼ିଆ ର ଅପରେସନ ମଦ ମାଫିଆ ନିପାତ ଜାରି ରହିବ।

Leave A Reply

Your email address will not be published.