thelifelinemedia
Latest Odisha News, Breaking News Today

ଯୁଦ୍ଧରେ ଲାଗିବ ରୋକ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ୍ ଆତଙ୍କୀ ସଂଗଠନ। ବନ୍ଧକ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛଡ଼ାଯିବ, ଏଥିସହ ଗାଜା ଷ୍ଟ୍ରିପ୍‌ର ଶାସନ ଡୋରକୁ ସ୍ୱାଧୀନ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବ । ଏନେଇ ସକାରାତ୍ମକ ଭାବନା ପ୍ରକାଶ କରିଛି ହମାସ। ତଥାପି, ଏହି ଆତଙ୍କୀ ସଂଗଠନ ସ୍ପଷ୍ଟ କରିଛି ଯେ ଏହି ଯୋଜନାର କିଛି ସର୍ତ୍ତକୁ ନେଇ ଆଲୋଚନା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ ସୂତ୍ରୀ ଯୋଜନା ଉପରେ ଏହାର ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି। ଆମେରିକା ରାଷ୍ଟ୍ରପତି ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ରବିବାର ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ।
ପ୍ରସ୍ତାବର ସର୍ତ୍ତାବଳୀରେ କୌଣସି ସଂଶୋଧନ କିମ୍ବା ଆଲୋଚନା ସମ୍ଭବ କି ନାହିଁ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି ।

Leave A Reply

Your email address will not be published.