କଏଦୀ ଚମ୍ପଟ୍ ଘଟଣା:ମିଳିଲା ଷଡ଼ଯନ୍ତ୍ରର ପ୍ରମାଣ
କଟକ: ଚୌଦ୍ବାର ଜେଲ୍ରୁ ୨ କଏଦୀ ଚମ୍ପଟ୍ ଘଟଣାରେ ସାମ୍ନାକୁ ଆସିଲା ଷଡ଼ଯନ୍ତ୍ରର ଗନ୍ଧ।ଚମ୍ପଟ୍ ମାରିଥିବା ସେଲ୍ ସର୍ଚ୍ଚ କରିବା ପରେ ମିଳିଲା ମୋବାଇଲ୍, ଚାର୍ଜର। ଯାହାକୁ ନେଇ ବଢ଼ିଛି ସନ୍ଦେହ।ଶୌଚାଳୟ ଭିତରୁ ମୋବାଇଲ୍, ଚାର୍ଜର ସହ ପାୱାର ବ୍ୟାଙ୍କ୍ ମିଳିଥିବା ସୂଚନା ମିଳିଛି। ସେଲ୍କୁ ଫୋକସ୍ କରାଯାଇଥିବା ସିସି କ୍ୟାମେରାର ଦିଗ ବଦଳା ଯାଇଥିବା ଜଣାପଡିଛି। ଯାହା ଷଡ଼ଯନ୍ତ୍ର ହୋଇଥାଏ ପାରେ ବୋଲି ସନ୍ଦେହ ବଢୁଛି। କୁହାଯାଉଛି ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍ ବାହାରକୁ ବୁଲିବାକୁ ଛଡ଼ାଯାଇଥିଲା। କିଏ ଛାଡ଼ିଥିଲା ଓ କଣ ପାଇଁ ଛାଡିଥିଲା ତାକୁ ନେଇ ତନାଘନା ହେଉଛି। ତେବେ ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା ଜଣାଇଥିଲେ ଅନ୍ୟ ଏକ କଏଦୀ। ଏହା ସତ୍ତ୍ବେ ବି ଜେଲ୍ ମାନୁଆଲ୍ ଅନୁସାରେ ବଦଳା ଯାଇ ନଥିଲା କଏଦୀଙ୍କ ଠିକଣା।ମାନୁଆଲ୍ ଅନୁସାରେ ଜେଲ୍ ଅଧୀକ୍ଷକ, ଜେଲର୍ ପ୍ରତ୍ୟେକ ଦିନ ସେଲ୍ ସର୍ଚ୍ଚ କରିବା କଥା।କିନ୍ତୁ ୩ ମାସ ହେବ ଉଭୟ କଏଦୀ ରହୁଥିବା ସେଲ୍ ସର୍ଚ୍ଚ ହୋଇ ନଥିବା ସୂଚନା।
ଚମ୍ପଟ କଏଦୀଙ୍କୁ ଧରିବା ପାଇଁ ପୋଲିସ ତନାଘନା କରୁଛି। ଧରେଇ ଦେବା ନେଇ ପୋଲିସ ପୁରସ୍କାର ରାଶି ମଧ୍ଯ ଘୋଷଣା କରିଛି। ସବୁଠାରୁ ବଡ କଥା ନିଜେ ଜେଲ ଡିଜି ଏହି ଘଟଣାର ଯାଞ୍ଚ ଅନୁଧ୍ୟାନ କରୁଛନ୍ତି। କଏଦୀଙ୍କୁ ଯିଏ ଫେରାର ହେବାରେ ସହଯୋଗ କରିଥିବ ସେମାନଙ୍କୁ ଛଡାଯିବନି ବୋଲି କହିଛନ୍ତି।