thelifelinemedia
Latest Odisha News, Breaking News Today

ପୋଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି..ସ୍ଥଗିତ ରହିଲା ପରୀକ୍ଷା

ଭୁବନେଶ୍ଵର: ସ୍ଥଗିତ ରହିଲା ପୋଲିସ୍ ଏସଆଇ ଲିଖିତ ପରୀକ୍ଷା।ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।

ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ହେବା ପରେ
ଏସଆଇ ପରୀକ୍ଷାରେ ବଡ଼ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।
ଅଟକ ରହିଥିବା ପରୀକ୍ଷାର୍ଥୀ SI ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଲେ। ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ ବୋଲି ଜଣାପଡିଛି।ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି। ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା ହେଉଛି।

Leave A Reply

Your email address will not be published.