ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: 10 ମୃତ
ପାକିସ୍ତାନ: ଆତ୍ମଘାତୀ ଆକ୍ରମଣରେ ଥରି ଉଠିଛି ପାକିସ୍ତାନ। ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଥିବା ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ, ଫ୍ରଣ୍ଟିୟର୍ କର୍ପସର ମୁଖ୍ୟାଳୟ ନିକଟରେ ଏକ ବଡ଼ ଆତ୍ମଘାତୀ ବିସ୍ଫୋରଣ ଘଟିଛି।
ଯେଉଁଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଛିତିନି ଜଣ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କ ସମେତ ଦଶଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।୧୯ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ କୌଣସି ଗୋଷ୍ଠୀ ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନାହାନ୍ତି। ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅପରାହ୍ନ ୧୨:୦୩ ରେ ଏହି ଭୟାବହ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିବା ପରେ ଯିଏ ଭିଡିଓ ଦେଖୁଛି ଛାତି ଥରି ଉଠୁଛି