thelifelinemedia
Latest Odisha News, Breaking News Today

ରାଜଧାନୀରେ ପୂଜା ଭିଡ଼, ରାସ୍ତା ଜାମ

ଭୁବନେଶ୍ଵର:ଦଶହରାରେ ଉତ୍ସଵ ମୁଖର ପୂର ଠୁ ପଲ୍ଲୀ। ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ। ଆଜି ପେଣ୍ଡାଲରେ ମହାମାୟାଙ୍କ ମହାଷ୍ଟମୀ ପୂଜା ହୋଇଥିବା ବେଳେ ଷଷ୍ଠୀ ଠାରୁ ରାସ୍ତାରେ ଲାଗିଲାଣି ଭିଡ଼। ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ଭିଡ଼। ସଂଧ୍ୟା ହେଲେ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ ଲାଗୁଛି। ବିଭିନ୍ନ ପୂଜା ମଣ୍ଡପ ବୁଲିବା ପାଇଁ ସଂଧ୍ୟାରେ ଲୋକେ ଘରୁ ବାହାରୁଛନ୍ତି। ତେଣୁ ସବୁଠି ଭିଡ଼ ଜମୁଛି। ଟ୍ରାଫିକ ବ୍ୟବସ୍ଥା ଥିଲେ ମଧ୍ଯ ରାଜଧାନୀ ରାସ୍ତାରେ ଜମୁଛି ପ୍ରବଳ ଭିଡ଼।

ଖାଲି ସଞ୍ଜରେ ନୁହେଁ ଦିନରେ ଭିଡ଼ ଦେଖିବାକୁ ମିଳୁଛି। ରାସ୍ତାରେ ଲାଗୁଛି ଗାଡ଼ିର ଧାଡ଼ି।ରାସ୍ତା କଡ଼ ପାର୍କିଂ ହିଁ ଭିଡ଼ର ମୁଖ୍ୟକାରଣ ।ମୁଖ୍ୟ ରାସ୍ତାକୁ ଲାଗି ମଣ୍ଡପଗୁଡ଼ିକ ଥିବାରୁ ପ୍ରବଳ ଭିଡ଼ ହେଉଛି। ସଂଧ୍ୟା 6ଟା ରୁ ରାତି 3ଟା ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହେଉଛି। ପାଗ ଭଲ ଥିବାରୁ ଲୋକେ ରତିରେ ବୁଲାବୁଲି କରିବାକୁ ଇଛା କରୁଛନ୍ତି।

Leave A Reply

Your email address will not be published.