୧ରେ ଆଉ ଏକ ଲଘୁଚାପ, ୩ ଯାଏଁ ଛେଚିବ
ଭୁବନେଶ୍ୱର: ଅକ୍ଟୋବର ୧ରେ ଆସୁଛି ଆଉ ଏକ ଲଘୁଚାପ । ୩ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଶେଷଜ୍ଞ କହିଲେ- ମହାନଦୀରେ ଟଳିଗଲା ବନ୍ୟା । କିନ୍ତୁ ଝାଡ଼ଖଣ୍ଡରେ ବର୍ଷା ଲାଗିରହିଲେ, ସୁବର୍ଣ୍ଣରେଖା ଆଣିବ ବିପଦ ।
ଗୋଟିଏ ବିପଦ ଟଳିନି, ପୁଣି ଆଉ ଏକ ଲଘୁଚାପ ଆକଳନ ବଢ଼ାଇଲାଣି ଚିନ୍ତା।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୧ ତାରିଖରେ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଉତ୍ତର ଉପକୂଳ ଓ ଦକ୍ଷିଣରେ ବର୍ଷା ହୋଇପାରେ। ଏପରିକି ଉତ୍ତର ଓଡ଼ିଶାରେ ପୁଣି ଥରେ ବନ୍ୟା ଭଳି ସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ଦେଖାଦେଲାଣି। ସବୁଠୁ ବଡ଼ କଥା ହେଲା, ପାର୍ବଣ ସମୟରେ ଏହି ଲଘୁଚାପ ବର୍ଷା ଦଶହରା ମଜାକୁ ଫିକା କରିପାରେ।