thelifelinemedia
Latest Odisha News, Breaking News Today

ଉପର ପଡ଼ିଆରେ ହେବ ବାଲିଯାତ୍ରା.. ଐତିହ୍ୟ ଦୃଷ୍ଟିକୋଣରୁ ନିଷ୍ପତ୍ତି

କଟକ: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା। ତଳ ପଡିଆ ସହ ଏଥର ଉପର ପଡିଆରେ ବାଲିଯାତ୍ରା ହେବ।ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ କହିଲେ ଜିଲ୍ଲାପାଳ। ତେବେ ଏହାର ରୂପରେଖ କ’ଣ ହେବ କୋର୍ଟଙ୍କୁ ଏ ନେଇ ଅବଗତ କରାଯିବ । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ଏ ସମ୍ପର୍କିତ ବୈଠକରେ ନିଷ୍ପତ୍ତି ହୋଇଛି।ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରାକୁ ନେଇ ଉଠିଥିଲା ବିବାଦ। ସେତେବେଳେ ଏହାକୁ ନେଇ ଅଧିକାଂଶ ଦଳର ଲୋକ ପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ।ପରେ ଏହାକୁ ନେଇ ପ୍ରଶାସନିକ ସ୍ତରରେ ବିଚାର ବିମର୍ଶ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି।

ପ୍ଲଟ୍‌ ବୁକିଂ ପ୍ରକ୍ରିୟା । ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ହାଇବ୍ରିଡ୍‌ ମୋଡ୍‌ରେ ପ୍ଲଟ୍‌ ବିକ୍ରି କରାଯିବ । ଏଥିପାଇଁ ବାରବାଟୀ ଷ୍ଟାଡିୟମ ନିକଟ ବାରବାଟୀ ପ୍ୟାଲେସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।ଐତିହାସିକ ବାଲିଯାତ୍ରା କଟକ-୨୦୨୫ ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Leave A Reply

Your email address will not be published.