thelifelinemedia
Latest Odisha News, Breaking News Today

ନବମ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ:ନବମ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ଦୁବାଇ ଦଙ୍ଗଲରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଛି। ନବମ ଥର ପାଇଁ ଟ୍ରଫି ହାସଲ କରିଛି ଭାରତ। ଏକ ରୋମାଞ୍ଚକର ମ୍ୟାଚରେ ଭାରତ ତାର ସାମର୍ଥ୍ୟ ଦେଖାଇ ବିଶ୍ଵ କ୍ରିକେଟରେ ଚହଳ ପକାଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଟାଇଟଲ୍ ଜିତିଥିଲେ। ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ପରସ୍ପର ସହିତ ତିନିଥର ମୁହାଁମୁହିଁ ହୋଇଥିଲେ ଏବଂ ଭାରତ ପ୍ରତିଥର ପ୍ରଭାବଶାଳୀ ପ୍ରଦର୍ଶନ ସହିତ ବିଜୟୀ ହୋଇଥିଲା। ଏହି ଐତିହାସିକ ସଫଳତା ପରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଯଥେଷ୍ଟ ପୁରସ୍କାର ଘୋଷଣା କରିଛି।

ଅନ୍ୟପଟେ ଟ୍ରଫି ଗ୍ରହଣ ସମୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏସିଆ କପ୍ ୨୦୨୫ ଟ୍ରଫି ଗ୍ରହଣ କଲାନି ଭାରତୀୟ କ୍ରିକେଟ୍ ଟିମ୍।ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ। ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଟିମ୍ ଇଣ୍ଡିଆ ରାଜି ହୋଇ ନଥିଲେ।ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ଅଛନ୍ତି।ମୋହସିନ ନକଭି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ମଧ୍ୟ ଅଛନ୍ତି ନକଭି। ଖାଲି ସେତିକି ନୁହେଁ ଏବେ ପାକିସ୍ତାନର ଗୃହମନ୍ତ୍ରୀ ହେଉଛନ୍ତି ମୋହସିନ ନକଭି।ଅପରେସନ ସିନ୍ଦୂର ସମୟରେ ଭାରତକୁ ପରମାଣୁ ଧମକ ଦେଇଥିଲେ ନକଭି।ବିଭିନ୍ନ ସମୟରେ ଭାରତ ବିରୋଧୀ ବୟାନ ଦେଇଥାନ୍ତି ମୋହସିନ ନକଭି ତେଣୁ ଭାରତୀୟ ଦଳ ନକଭିଙ୍କ ଠାରୁ ଟ୍ରଫି ନେଲା ନାହିଁ। ବହୁ ସମୟ ଅପେକ୍ଷା କରିବା ପରେ ଶେଷରେ ଟ୍ରଫି ନେଇ ପଳେଇ ଯାଇଥିଲେ ନକଭି।

Leave A Reply

Your email address will not be published.