ମମିତା ହତ୍ୟା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପରିବାର
ଭୁବନେଶ୍ଵର: ମମିତାଙ୍କ ହତ୍ୟାକାରୀ ମୋ ବାପାଙ୍କୁ ମାରିଛି’। ବହୁ ଚର୍ଚ୍ଚିତ ମମିତା ମେହେର ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁର ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମୃତକ ଗୋବିନ୍ଦ ସାହୁଙ୍କ ଝିଅ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ ସାହୁ ଝିଅ ଲିପିକାଙ୍କ ବୟାନ ଇବେ ରାଜ୍ୟରେ ଚହଳ ପକାଇଛି। କହିଛନ୍ତି ‘ମମିତା ମେହେରଙ୍କୁ ଯିଏ ମାରିଛି, ସେ ମୋ ବାପାଙ୍କୁ ମାରିଛି’। ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଗୋବିନ୍ଦଙ୍କ ଝିଅ।’ମୋ ବାପାଙ୍କୁ ମୋହରା ବନା ଯାଇଥିଲା, ସେ ଆତ୍ମହତ୍ୟା କରିନାହାଁନ୍ତି’। ପୋଲିସ ସହାୟତାରେ ମୋ ବାପାଙ୍କୁ ହତ୍ୟା କରାଯାଇଛି’।ଏବେ ଆମ ପରିବାରକୁ ବିଭିନ୍ନ ଧମକ ଦିଆଯାଉଛି।ଆମ ପରିବାରକୁ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୃତ ଗୋବିନ୍ଦ ସାହୁଙ୍କ ଝିଅ କହିଛନ୍ତି ।
ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଗୋବିନ୍ଦ ସାହୁ ପରିବାର ଓ ଏକ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୃତ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଉଭୟ ମାଆ ଓ ଝିଅ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଏବଂ ତାଙ୍କ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଦିଆଯାଉଥିବା ଧମକରୁ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି।