କନୁରରେ ଦଳାଚକଟା, 30 ମୃତ
ନୂଆଦିଲ୍ଲୀ: ତାମିଲନାଡୁ କନୁରରେ ଦଳାଚକଟାରେ 30 ଲୋକଂକ ମୃତ୍ୟୁ ହୋଇଛି। ସାଉଥ୍ ସୁପରଷ୍ଟାର୍ ବିଜୟଙ୍କ ରାଲିରେ ଘଟିଛି ଏଭଳି ଘଟଣା। ଖବର ଲେଖା ହେବା ପର୍ଯ୍ୟନ୍ତ 30 ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। କୁହାଯାଉଛି ମୃତ୍ୟୁ ସାଂଖ୍ୟ ଆହୁରି ବଢି ପାରେ। ମୃତକଙ୍କ ମଧ୍ୟରେ ଅଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଗୁରୁତର ୩୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି। ସାଉଥ୍ ସୁପରଷ୍ଟାର ବିଜୟଙ୍କ ପାର୍ଟି -‘ତାମିଝାଗା ଭେଟ୍ରି କାଝଗମ୍’ (TVK) ର
ବିଶାଳ ରାଲି ହେଇଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଂକ ସମାଗମ ହୋଇଥିଲା। ହଠାତ୍ ଭିଡ ଆରମ୍ଭ ହେଲା। ସ୍ଥିତି ଅସମ୍ଭାଳ ଯୋଗୁଁ ପୋଲିସ୍ ଲାଠି ଚାଳନା ପରେ ଦଳା ଚକଟା ଘଟିଛି ବୋଲି କୁହାଯାଇଛି।
ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍। ଅନ୍ୟପଟେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୃତକଙ୍କ ସଂପର୍କୀୟଙ୍କୁ ସମବେଦନା ଜଣାଇଲେ ମୋଦି. ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୋଦି ପ୍ରାର୍ଥନା କରିଛନ୍ତି