ସେବାରୁ ନିବୃତ୍ତ ହେଲା ମିଗ୍ 21 ଲଢ଼ୁଆ ବିମାନ
ସେବାରୁ ନିବୃତ୍ତ ହେଲା ମିଗ୍ 21 ଲଢ଼ୁଆ ବିମାନ। ଆଉ ଆକାଶରେ ଉଡିବନି। ଶତ୍ରୁଶିବିରରେ ଭୟ ସୃଷ୍ଟି କରିଥିବା ଭାରତୀୟ ବାୟୁ ସେନାର ଏ ଲଢ଼ୁଆ ବିମାନ ଆଜି ସେବାରୁ ଅବସର ନେଇଛି। ଦୀର୍ଘ ଛଅ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଉଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ। ଭାରତର ବାୟୁ ପ୍ରତିରକ୍ଷାର “ସର୍ବାଧିକ ଶକ୍ତିଶାଳୀ” ଉପାଦାନ ଭାବରେ ବିବେଚିତ MiG-21 ପାଇଁ ପ୍ରାୟ ଛଅ ଦଶନ୍ଧିର ସେବାର ଅନ୍ତ ଘଟାଇଛି।
୧୯୬୩ ମସିହାରେ ସାମିଲ ହୋଇଥିବା MiG-21 ଭାରତର ପ୍ରଥମ ସୁପରସୋନିକ୍ ଲଢ଼ୁଆ ବିମାନ ଥିଲା, ଯାହା ଏହାର ପ୍ରଥମ ସ୍କ୍ୱାର୍ଡନ – ଚଣ୍ଡିଗଡ଼-ଭିତ୍ତିକ ୨୮ ସ୍କ୍ୱାର୍ଡନ – “ପ୍ରଥମ ସୁପରସୋନିକ୍ସ” ଡାକନାମ ଅର୍ଜନ କରିଥିଲା। ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ। ଏହି ଯୁଦ୍ଧବିମାନ ଭାରତର ପ୍ରଥମ ସୁପରସୋନିକ ଲଢୁଆ ଯୁଦ୍ଧ ବିମାନ ଥିଲା
ଭାରତ ଏକାସଙ୍ଗରେ ୮୭୪ ମିଗ୍-୨୧ ବିମାନ କିଣିଥିଲା। ଅପରେସନ ସିନ୍ଦୂର ସମୟରେ ଶତ୍ରୁ ଦେଶକୁ କଡ଼ା ଜବାବ ଦେଇଥିଲା ମିଗ୍-୨୧।
ଭାରତୀୟ ବାୟୁସୀମାରେ ସେନାର ସୁରକ୍ଷାକବଚ ସାଜିଥିଲା ମିଗ୍-୨୧।