ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, କି ଗୁରୁମନ୍ତ୍ର ଦେବେ ତାକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାରସୁଗୁଡ଼ା ଆସିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ଏବେ ରାଜଧାନୀ ଭ୍ରମ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା ସହରରେ ବିଜେପିର ଏକ ବଡ଼ଧରଣର ବାଇକ ରାଲି ଅନୁଷ୍ଠିତ ହୋଇଛି। ଏହି ରାଲି ବିଟିଏମ ପଡ଼ିଆରୁ ବାହାରି ବେହେରାମାଲ ଛକ, ପୁରୁଣା ବସ ଷ୍ଟାଣ୍ଡ ଦେଇ ସରବାହାଲ ଛକ ଯାଏଁ ଯାଇଥିଲା।
ଏହି ରାଲିରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ, ସାଂସଦ ପ୍ରଦୀପ ପୁରୋହିତ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ। ଏହି ରାଲିରେ ୧ ହଜାରରୁ ଅଧିକ ବାଇକ ସାମିଲ ହୋଇଥିଲା।