ବ୍ଲାକମେଲ୍ କରୁଥିଲେ ଦିଦି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଟାର୍ଗେଟ୍। କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। କହିଛନ୍ତି ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ। ପଶ୍ଚିମବଙ୍ଗ ଆଳୁ ଟ୍ରକ୍କୁ ବର୍ଡରରେ ଅଟକାଇ ଦେଉଥିଲା।ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ବ୍ଲାକମେଲ୍ କରିବାକୁ ଦେବୁନି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ୧ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ୍ ବିହନ ଦେଇଛୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ପୂର୍ବ ବର୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଆଳୁ ଚାଷ କରାଯାଇଥିଲା।ଏ ବର୍ଷ ୩ ଗୁଣ ଅଧିକ ଆଳୁ ଚାଷ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହିଛନ୍ତି।