thelifelinemedia
Latest Odisha News, Breaking News Today

ସରକାରଙ୍କୁ ନବୀନଙ୍କ ଦୃଢ଼ ଦାବି: କ୍ଷତିଗ୍ରସ୍ତ ଚାଷୀଙ୍କ ଭିତରେ ଭରିଲା ଦମ୍ଭ

ଭୁବନେଶ୍ୱର: ଅଦିନିଆ ବର୍ଷାରେ ବହୁଳ ଫସଲହାନୀ ହୋଇ ଭାଙ୍ଗି ପଡ଼ିଥିବା ଚାଷୀଙ୍କ ସାଥିରେ ବିଜେଡି ସଭାପତି ଦୃଢ଼ ଭାବେ ଠିଆ ହୋଇଛନ୍ତି। ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଏ ଅସମୟରେ ଚାଷୀଙ୍କ ଭରସା ସାଜିବାକୁ ସରକାରଙ୍କୁ ସେ ସୂଚାଇଛନ୍ତି।

ପ୍ରତିବର୍ଷ ଓଡ଼ିଶା ଏପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହେଉଛି ଏବଂ ଲୋକମାନେ ସବୁବେଳେ ବହୁ କ୍ଷୟକ୍ଷତି ସହୁଛନ୍ତି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଉ। ବିଜୁ ଜନତା ଦଳ ନିରନ୍ତର ଭାବେ ଏନେଇ ଦାବି କରିଆସିଛି ଏବଂ ଆହୁରି ଦୃଢ଼ତାର ସହ କରିବ।

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିକୁ ନବୀନ ବୁଲି ଦେଖିବା ସହ ଚାଷୀଙ୍କ ଦୁଃଖ ଶୁଣିଛନ୍ତି।ଚାଷୀଙ୍କ ଆଖିରୁ ଲୁହ ଗଡୁଛି, ଅସମୟରେ ନବୀନଙ୍କ ଉପରେ ଚାଷୀ ଭରସା କରିଛନ୍ତି। ସରକାର ଚାଷୀଙ୍କ କଥା ଶୁଣନ୍ତୁ, ତାଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦିଅନ୍ତୁ ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.