thelifelinemedia
Latest Odisha News, Breaking News Today

ବସରେ ଲାଗିବ ସ୍ମାର୍ଟ ଡିଭାଇସ:ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ବଡ ନିଷ୍ପତ୍ତି 

ଭୁବନେଶ୍ୱର:ଏଣିକି ସଵୁ ବସରେ ଲାଗିବ ସ୍ମାର୍ଟ ଡିଭାଇସ। ଦୁର୍ଘଟଣାକୁ ଏଡାଇବା ପାଇଁ ସହାୟକ ହେବ ଏହି ସ୍ମାର୍ଟ ଡିଭାଇସ।ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସମସ୍ତ ବସରେ ସ୍ମାର୍ଟ ଡିଭାଇସ ସମସ୍ତ ଲାଗିବ। ଯାହା ଫଳରେ ଆକ୍ସିଡେଣ୍ଟ କମିବ । IIT ମାଡ୍ରାସ ସହ ଅନ୍ୟ ମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି। ଡ୍ରାଇଭର ଆଖି ଟିକେ ପଡିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ।

ମଦ ପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ। Road hypnotisim କୁ ମଧ୍ୟ ଏଡେଇବ ଏହି ଡିଭାଇସ। ବସ୍ ମାଲିକ ମାନେ କହୁଥିଲେ ଏହି ଟେକ୍ନୋଲୋଜି ତାଙ୍କ ପାଖରେ ପଂହଚାଇବା ପାଇଁ। ସରକାର ଏ ବାବଦରେ ବଜେଟ ମଧ୍ୟ ଆଣିବେ। ଆସନ୍ତା ବଜେଟରେ ଏହା ଲାଗୁ ହୋଇପାରେ ବୋଲି ଜଣାପଡିଛି।

Leave A Reply

Your email address will not be published.