thelifelinemedia
Latest Odisha News, Breaking News Today

ଗାଈଗୋରୁ ଚୋରି କରୁଥିବା ମାଫିଆଙ୍କ ଉପରେ ପୋଲିସର କଡା ନଜର 

କଟକ:କଟକ ସହରର ବିଭିନ୍ନ ସ୍ଥାନରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଷଣ୍ଢ ଓ ଗାଈ ଚୋରି। ଦୁର୍ବୃତ୍ତ ମାନେ ଗାଡିରେ ଆସି ଲୁଟ କରୁଛନ୍ତି ପଶୁମାନଙ୍କୁ। ଏ ବାବଦରେ ପୋଲିସରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଅପରାଧୀ ମାନଙ୍କର କୌଣସି ଟେର ମିଳୁନାହିଁ କିମ୍ବା ଆଖି ଦୃଶିଆ ତଦନ୍ତ କରୁନାହିଁ ପୋଲିସ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଟକ ଡିସିପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଭିନ୍ନ ହିନ୍ଦୁ ସଙ୍ଗଠନର ଶତାଧିକ କର୍ମକର୍ତ୍ତା ମାନେ । ଏହା ସହ ଡିସିପି ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପଟେ ବିଭିନ୍ନ ସଂଗଠନ ମାନଙ୍କର ଅଭିଯୋଗକୁ ଶୁଣିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କଟକ ଡିସିପି । ପୂର୍ବରୁ ମଧ୍ୟ କିଛି ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଥା କହିଛନ୍ତି କଟକ ଡିସିପି ଜଗମୋହନ ମୀନା।

Leave A Reply

Your email address will not be published.