ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହାୟତା ରାଶି

ନୂଆଦିଲ୍ଲୀ:ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହାୟତା ରାଶି। ନୂଆବର୍ଷରେ ଚାଷୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର। ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର ଦେଇଛି ମୋଦୀ କ୍ୟାବିନେଟ । ପିଏମ ଫସଲ ବୀମା ଯୋଜନାର ଆବଣ୍ଟନ ରାଶି ବୃଦ୍ଧି ପାଇଛି।୨୦୨୫ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କ ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।
ଏହି ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଜଡ଼ିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଥିବା ଜଣାପଡିଛି। କେନ୍ଦ୍ର ସରକାର ପିଏମ୍ ଫସଲ ବୀମା ଯୋଜନାର ବ୍ୟୟ ଅଟକଳକୁ ବୃଦ୍ଧି କରି ୬୯୫୧୫ କୋଟି ଟଙ୍କା କରାଯାଇଛି। ଏହି ଯୋଜନାରେ ପ୍ରାୟ ୪ କୋଟି ଚାଷୀ ଉପକୃତ ହେବେ।