thelifelinemedia
Latest Odisha News, Breaking News Today

କମ୍ପାନୀ ଓ ଟ୍ରାନପୋର୍ଟର ମିଲିଭଗତରେ ଅନୁଗୁଳୁ ଓ ଛେଣ୍ଡିପଦାରେ ଚାଲିଛି ଲୁଟ:ପ୍ରଶାସନ ଚୁପ୍, ସାଧାରଣ ଜୀବନଯାପନ ଠପ୍, ଦୂଷିତ ହେଉଛି ପରିବେଶ, ଲୋକେ ରୋଗାକ୍ରାନ୍ତ 

ଏତେ ପ୍ରଦୂଷଣ ଯେ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସରକାର କିନ୍ତୁ କୋଲ କହି ମାଇନ୍ସ ଖୋଲିଲେ ଏବଂ ଏପର୍ଯ୍ୟନ୍ତ କରାଯାଇ ପାରିଲାନାହିଁ। ଯଦି ହୋଇଥାନ୍ତା ଏପରି ସ୍ଥିତି ଉପୂଜିନଥାଆନ୍ତା କି ଲୋକମାନେ ଦୁର୍ଘଟଣା ଓ ଯାତାୟାତରେ ବି ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତେ

ଅନୁଗୁଳ: ଗତ ଏକ ବର୍ଷ ହୋଇଗଲା ଅନୁଗୁଳରେ ବହୁତ ପ୍ଲାଣ୍ଟ ଗଢି ଉଠିଛି । ଇତି ମଧ୍ୟରେ ପ୍ରାୟ ୪୦ରୁ 50 କୋଲ ଖଣି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ବିଭିନ୍ନ କମ୍ପାନୀଗୁଡିକୁ ଆବଣ୍ଟନ କରାଯାଇଛି । ଯେମିତିକି  ତଥା ଜିନ୍ଦଲ କୋଲ ବ୍ଲକ ୨ଟା , ଜିଏମ ଡିସି ନାଲକୋ , ରୁଙ୍ଗଟା, କେପିଟିସିଏଲ ଏବଂ ଏମସିଏଲସମସ୍ତ କୋଲ କମ୍ପାନୀ, ପାୱାର ପ୍ଲାଣ୍ଟ ଏବଂ ପ୍ଲାଣ୍ଟ ମାନେ ଅନୁଗୁଳ ହେଡ଼ କ୍ୱାଟର ହୋଇ ଯାଇଥିବା ରେଡି ଷ୍ଟାଣ୍ଡିଙ୍ଗ ମାଲ ପରିବହନ ପାଇଁ ସମସ୍ତ ନିୟମକୁ କମ୍ପାନୀ ଉଲଘଂନ କରିଥିବା ବେଳେ ଜିଲ୍ଲାପ୍ରଶାସନ, କୋଲଲିଡର ସମସ୍ତଙ୍କୁ ଜିଲ୍ଲାପାଳ ଓ କମ୍ପାନୀ ମାଲିକ ଚୁପ ହୋଇ ରହିଛନ୍ତି। ଦିନ ଥିଲା ସେ ଅଞ୍ଚଳ ସବୁଜ ଥିଲା ମାତ୍ର ଆଜି ତାହା ଧୂଆଁ  ହିଁ ଧୂଆଁ କିନ୍ତୁ ବଡ଼ ପରିତାପର ବିଷୟ ଛେଣ୍ଡିପଡ଼ା ବ୍ଲକ ଅଧୀନରେ ଥିବା ସମସ୍ତ କୋଳ ବ୍ଲକ୍ଗୁଡିକ ଅଲଗା ଅଲଗା ପଂଚାୟତରେ ଅବସ୍ଥିତ ଯଥା କୋଶଳା , ରାଇଟରଣ, ଛେଣ୍ଡିପଦା, ବାହାଲସହି, ବ୍ରାହ୍ମଣ ବିଲ, ଗାରୁଦିଅଁ, ନିସା, ଛୋଟବେଣି, କାଉନ୍ସିଡିପ, ଗୋପୀନଅପୁର।ଏହି ପଞ୍ଚାୟତଗୁଡିକ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଏହି ଗାଁ ଦେଇ ସବୁଦିନ ଶହ ଶହ ଟ୍ରକ ଯାତାୟାତ କରୁଛି ଯାହା ଫଳରେ ସେ ଅଞ୍ଚଳ ବର୍ତ୍ତମାନ କଳା ମୟ ହୋଇଗଲାଣି । ଏତେ ପ୍ରଦୂଷଣ ଯେ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସରକାର କିନ୍ତୁ କୋଲ କହି ମାଇନ୍ସ ଖୋଲିଲେ ଏବଂ ଏପର୍ଯ୍ୟନ୍ତ କରାଯାଇ ପାରିଲାନାହିଁ। ଯଦି ହୋଇଥାନ୍ତା ଏପରି ସ୍ଥିତି ଉପୂଜିନଥାଆନ୍ତା କି ଲୋକମାନେ ଦୁର୍ଘଟଣା ଓ ଯାତାୟାତରେ ବି ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତେ। ଛେଣ୍ଡିପଦାରୁ ଅନୁଗୁଳ ଲୋକମାନେ ଜରପଡା ପଟେ ବୁଲିକି ଆସୁଛନ୍ତି। ରାସ୍ତା ସାରା ବ୍ଲକ ଓ ଖାଲ ଖମା ସବୁଠି, ପରିବେଶ ଦୂଷିତ, ପାଣି ଦୂଷିତ ଏଥି ପାଇଁ ଦାୟୀ କିଏ ଲୋକମାନେ ନା ନାଲକୋ କମ୍ପାନୀ ନା କୋଲ ବ୍ଲକ ପାଇଁ ଥିବା କମ୍ପାନୀ. ସମସ୍ତେ ଚୁପ କଣ ପାଇଁ ଆମର ପ୍ରଶ୍ନ ନେତା ଓ ଜିଲ୍ଲାପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଯେ କେବେ ହେବ ଏହାର ସମାଧାନ ଓ କେବେ ମିଳିବ ଲୋକଙ୍କୁ ନ୍ୟାୟ। ଖାଲି ଲୋକଙ୍କୁ ଜମିଟଙ୍କା ଦେଇ ଗଛ କାଟିବା ବେଧଡ଼କ ଏବଂ ଜିନ୍ଦଲରୁ 9ଟା କୋଲ ବ୍ଲକରୁ ଯେତିକି ପରିବହନ କରିବା କଥା ତା ଠାରୁ ଅଧିକ ମାତ୍ରାରେ କରୁଥାନ୍ତି କମ୍ପାନୀ ଭିତରେ କେତେ ଯାଉଛି ଓ ବାହାରକୁ କେତେ ଯାଉଛି ତାର ହିସାବ ମଧ୍ୟ ସରକାର ପାଖରେ ନାହିଁ. କାରଣ ଏଠି ସମୟ କାହା ପାଖରେ ନାହିଁ କାରଣ ଏଠି ସମସ୍ତେ ବିକ୍ରି ହୋଇଛନ୍ତି।

ବିରୋଧୀ ଦଳ ଚୁପ ମିଡ଼ିଆ ବି ଚୁପ ହେଲେ ଲାଇଫ ଲାଇନ ମିଡ଼ିଆ ଏହାକୁ ଆଜିଠୁ ଖୁଲାସା କରିବ। ସବୁ ତଥ୍ୟ ସହ ଆମ ପ୍ରତିନିଧି ଗ୍ରାଉଣ୍ଡ ଜ଼ିରୋରୁ ତଥ୍ୟ ଆଣି ଉପସ୍ଥାପିତ କରିବ। ସବୁଠାରୁ ବଡ କଥା ହେଉଛି 50 ବର୍ଷ ହେଲା ନାଲକୋ କାର୍ଯ୍ୟରତ ପ୍ଲାଣ୍ଟ ଏବେ କିନ୍ତୁ ସବୁ ନିୟମକୁ ନମାନି ମାଲ ପରିବହନ ଅନୁଗୁଳ ଟାଉନ ଦେଇ କରୁଅଛି. ଯାହା ଫଳରେ ଅନୁଗୁଳରେ ଲୋକମାନେ ଯାତାୟାତ., ପ୍ରଦୂଷଣ, ଦୁର୍ଘଟଣା ଏବଂ ରୋଗରେ ପଡି ହନ୍ତସନ୍ତ ହେଉଛନ୍ତି। ଆମର ପ୍ରଶ୍ନ କେବେ ଶୁଣିବେ ପ୍ରଶାସନ ଓ କେବେ ହେବ ଏହାର ସମାଧାନ। ଯଦି ସମାଧାନ ନହୁଏ ତେବେ ଆନ୍ଦୋଳନ ହେବ କି? ଯେ ପର୍ଯ୍ୟନ୍ତ ଏ ଘଟଣାର କାର୍ଯ୍ୟନୁଷ୍ଠାନ ହୋଇନି ସେ ପର୍ଯ୍ୟନ୍ତ ଲାଇଫ ଲାଇନ ମିଡିଆ ଲୋକଂକ ସ୍ୱର ହୋଇ ଏ ଖବର ପ୍ରସାରଣ କରିବା।

Leave A Reply

Your email address will not be published.