thelifelinemedia
Latest Odisha News, Breaking News Today

ଓଡିଶା କ୍ରିକେଟ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ

କଟକ: ଓଡିଶା କ୍ରିକେଟ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଫ୍ରେବୁଆରୀ ୯ରେ ବାରବାଟୀରେ ହେବାକୁ ଥିବା ଭାରତ ଇଂଲଣ୍ଡ ଏକଦିବସିୟ ମ୍ୟାଚ ପାଇଁ ଆଲୋଚନା ହୋଇଛି। ମ୍ୟାଚକୁ କିପରି ସୁପରିଚାଳନା କରାଯିବ ସେନେଇ କମିଟି ରେ ନିଷ୍ପତ୍ତି ହୋଇଛି। ଏହି ଦିନିକିଆ ମ୍ୟାଚ ପାଇଁ ଟିକେଟ ଦର କମିଛି।ଗ୍ୟାଲେରୀ ୧ ଓ ୩ ଟିକେଟ ଦର ୧୨୦୦ ବଦଳରେ ୧୧୦୦। ଗ୍ୟାଲେରୀ ୨ ଓ ୪ ୧୦୦୦ ବଦଳରେ ୯୦୦ । ଗ୍ୟାଲରୀ ନମ୍ବର ୫ , ୧୫୦୦ ସ୍ଥାନରେ ୧୨୦୦। ସେହିପରି ୭ ନମ୍ବର ଗ୍ୟାଲେରୀ ୮୦୦ ପରିବର୍ତ୍ତେ ୭୦୦ ଓ ସ୍ପେଶାଲ ଏନକ୍ଲୋଜର ୭୦୦୦ ସ୍ଥାନ ରେ ୬୦୦୦ । ସେହିପରି ଏସି ଗ୍ୟାଲେରୀ ବକ୍ସ ୯୦୦୦ ବଦଳରେ ୮୦୦୦ ସ୍ଥିର କରିଛି ଓଡିଶା କ୍ରିକେଟ ସଙ୍ଘ । ପୂର୍ବ ଭଳି ନ୍ୟୁ ପ୍ୟାଭିଲୟନ ଓ କର୍ପୋରେଟ ବକ୍ସ ଦର ୧୦,୦୦୦ ଓ ୨୦, ୦୦୦ ରହିଛି ।

ଆଗମୀ ଦିନରେ ସରକାର ଙ୍କ ସହିତ ଏହି ମ୍ୟାଚର ସୁପରିଚାଳନା କରିବା ନେଇ ଆଲୋଚନା କରାଯିବ। ଏହାପରେ ସ୍ଥାନୀୟ ଜିଲ୍ଲା ପ୍ରସାସନ ଓ କଟକ ମହାନଗର ନିଗମ ର ସହାୟତାରେ ଆଗମୀ ମ୍ୟାଚ କୁ ଅନୁଷ୍ଠିତ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.