ରୁବେନ ବାନାର୍ଜୀଙ୍କ ବହିକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ୱର:ରୁବେନ ବାନାର୍ଜୀଙ୍କ ବହିକୁ ନେଇ ଏଵେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜାରି ରହିଛି। ଏହାକୁ ନେଇ ବିଜେଡି ଏଵେ ପ୍ରତିକ୍ରିୟା ରଖିଛି।ବହିରେ ଥିବା ତଥ୍ଯକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି। ଦଳ ତରଫରୁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କହିଛନ୍ତି, ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି ରୁବେନ ବାନାର୍ଜୀ। ଏତେ କଥା କେମତି ଜାଣିଛନ୍ତି, ଅନୁମାନ ଲଗେଇ କହିବା ସହଜ କିନ୍ତୁ ବାସ୍ତବତା ଆଉ କିଛି ଥାଏ ବୋଲି ଅରୁଣ କହିଛନ୍ତି।
ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା କଥା ଗୁଡିକ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି। ନିର୍ବାଚନ ବେଳେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ବିଜେଡି ବିରୋଧୀ ଓ ନବୀନଙ୍କ ବିରୋଧୀଙ୍କ ସହ ଆଲୋଚନା କରି ବହି ଲେଖିଛନ୍ତି। ରୁବେନଙ୍କୁ ମଧ୍ୟ ଅରୁଣ ଆହ୍ୱାନ ଦେଇଛନ୍ତି, ଯଦି ରୁବେନ ବାନାର୍ଜୀ ଅଣ୍ଡରି ପୁଅ ଉଦ୍ଧବ ତାହାଲେ ସେ ବିଜେପି ବିରୁଦ୍ଧରେ ୪୦୦ପାର ପ୍ରସଙ୍ଗରେ ଗୋଟିଏ ବାକ୍ୟ ଲେଖନ୍ତୁ। ଏହି ବହିରେ ଯାହା କିଛି ଲେଖା ଯାଇଛି ତାହା ମନଗଢା। ଯାହା ଚା ଖଟିରେ ଚର୍ଚ୍ଚା ତାକୁ ଲେଖିଛନ୍ତି ରୁବେନ। ଏଥିରେ କିଛି ସତ୍ୟତା ନାହିଁ ବୋଲି ଦଳ ପକ୍ଷରୁ ଅରୁଣ ସାହୁ କହିଛନ୍ତି।