ଦାଦା ବଟି ମାଗିବା ଅଭିଯୋଗରେ ଗିରଫ

ବ୍ରହ୍ମପୁର:ମହଙ୍ଗା ପଡ଼ିଲା ଦାଦା ବଟି ମାଗିବା। ଦାଦା ବଟି ମାଗିବା ଅଭିଯୋଗରେ ବଡ଼ ବଜାର ଥାନା ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି।ଗିରଫ ଦୁଇ ଯୁବକ ହେଉଛନ୍ତି ଶ୍ରୀରାମ ନଗରର ରିଙ୍କୁ ସାମଲ ଓରଫ ଲିଙ୍ଗରାଜ ଓ ସଞ୍ଜୟ କୁମାର ମହାପାତର ଓରଫ ବିକି । ପୂର୍ବରୁ ଏମାନଙ୍କ ନାଁରେ ଦାଦା ବଟି ମାଗିବା ଅଭିଯୋଗ ହୋଇ ଆସୁଥିଲା।ଗିରଫ ଯୁବକଙ୍କ ଦୁଇଟି ମୋଟର ସାଇକେଲ ଜବତ କରିଛି ପୋଲିସ ।ଶ୍ରୀରାମ ନଗରର ଭାଲୁ ସାମଲ ଓ ତାଙ୍କ ପତୁରା ମାନେ କବିର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଦାଦା ବଟି ମାଗୁଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଗିରଫ ଦୁଇ ଯୁବକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।