thelifelinemedia
Latest Odisha News, Breaking News Today

ରୁବେନଙ୍କ ବହିକୁ ନେଇ ଏମିତି କହିଲେ ସମୀର ଦାସ 

ଭୁବନେଶ୍ୱର: ରୁବେନଙ୍କ ଲେଖା ଉପରେ ଦ୍ବିମତ ନାହିଁ। ନବୀନ ବାବୁ ଓ ବିଜେଡିକୁ ଭଲଭାବେ ଜାଣିଛନ୍ତି ରୁବେନ ବାନାର୍ଜୀ। ମୋର ଭୁଲନଥିବା ସତ୍ତ୍ବେ କୋଟେରୀ ଗ୍ରୁପ୍‌ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟିଲା ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦାସ କହିଛନ୍ତି। ରୁବେନଙ୍କ ବହିକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସମୀର ରଞ୍ଜନ ଦାଶ। କହିଛନ୍ତି ପାଣ୍ଡିଆନଙ୍କ କୋଟେରୀ ବାବଦରେ ଯାହା ଲେଖିଛନ୍ତି ଦ୍ବିମତ ନାହିଁ।ଅଫିସରଙ୍କ ଦ୍ବାରା ଚାଲିଥିବା ଗ୍ରୁପ୍‌, ରାଜନେତାଙ୍କ ସମ୍ପୃକ୍ତି ନଥିଲା।ନବୀନ ବାବୁଙ୍କ ସମର୍ଥନ ବି ଥିଲା ପାଣ୍ଡଆନଙ୍କ ପ୍ରତି।କୋଟେରୀ ଗ୍ରୁପ୍‌ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ପୂର୍ବତନ ମନ୍ତ୍ରୀ ସମୀର ଦାସ କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଦେଶର ଜଣାଶୁଣା ଲେଖକ ରୁବେନ ବାନାର୍ଜୀଙ୍କ ଆଉ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ୨୦୨୪ ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ହୋଇଛି ଏହି ବହି । ବିଶେଷ ଭାବେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି।

Leave A Reply

Your email address will not be published.