ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର:ପୂର୍ବତନ ବିଜେଡ଼ି ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ୬୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମଧ୍ୟ ନିର୍ବାଚନମଣ୍ଡଳୀ ଗଠନ ହେଲାପରେ ପ୍ରଥମ ଦୁଇଟି ନିର୍ବାଚନରେ ବାଦଲ ବିଜୟଲାଭ କରିଥିଲେ। ତାଙ୍କର ବସ୍ତି ଅଞ୍ଚଳ ସମେତ ବିଭିନ୍ନ କଲୋନି ଓ ଆବାସିକ ଅଞ୍ଚଳରେ ବେଶ୍ ପ୍ରଭାବ ରହିଛି। ବିଜୁ ବାବୁଙ୍କ ପ୍ରିୟପାତ୍ର ଥିଲେ ବାଦଲ ମହାନ୍ତି । ଭୁବନେଶ୍ୱର ମଧ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସମ୍ଭାଳିବା ସହ ଭୁବନେଶ୍ୱର ବାସୀଙ୍କ ଦୁଃଖରେ ସୁଖରେ ଠିଆ ହେଉଥିଲେ । ମୋଟାମୋଟି କହିବାକୁ ଗଲେ ନିଜ ପାଇଁ ଚିନ୍ତା ନକରି ଅନ୍ୟମାନଙ୍କ କଥା ଆଗ ଚିନ୍ତା କରୁଥିଲେ । ଯୁବନେତାଙ୍କୁ ଖୋଜା ପଡିଲେ ପ୍ରଥମେ ମନେ ପଡୁଥିଲେ ବାଦଲ ମହାନ୍ତି । ସେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଦୁଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜୟ । ୨୦୦୯ ଓ ୨୦୧୪ରେ ବିଜୟ ମହାନ୍ତି ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ । ସେ ଦଳର ଜଣେ ଟାଣୁଆ ସଂଗଠକ ଥିଲେ କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ ମିଳିନଥିଲା। ସେବେ ଠାରୁ ଏକ ପ୍ରକାର ସେ ରାଜନୀତିରୁ ଦୁରେଇ ରହିଥିଲେ।
ତାଙ୍କ ପରଲୋକ ରାଜ୍ୟ ରାଜନୀତିରେ ଏକ ଅପପୂରଣୀୟ କ୍ଷତି ହୋଇଛି। କ୍ୟାପିଟାଲ ହସ୍ପିଟାଲ ରୁ ତାଙ୍କ ମର ଶରୀରକୁ ବିଧାନସଭା ନିଆ ଯାଇଥିଲା ସେଠାରେ ତାଙ୍କୁ ଗାର୍ଡ ଅଫ୍ ହନର ଦିଆ ଯାଇଥିଲା । ବିଧାନ ସଭାରେ ଶେଷ ଦର୍ଶନ କରିଥିଲେ ଅନେକ ନେତା ।