ପ୍ରଧାନମନ୍ତ୍ରୀଙ୍କ କୁଏତ ଗସ୍ତର ଆଜି ଅନ୍ତିମ ଦିନ : ଔପଚାରିକ ଭାବେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ

କୁଏତ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତର ଆଜି ଦ୍ବିତୀୟ ତଥା ଅନ୍ତିମ ଦିବସ । ପ୍ରଧାନମନ୍ତ୍ରୀଙ୍କୁ ଆଜି ଔପଚାରିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। କୁଏତର ଅମୀର, ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଉଚ୍ଚ ଅଧିକାରୀଙ୍କ ସହ ଶ୍ରୀ ମୋଦୀ ସାକ୍ଷାତ ଆଲୋଚନା କରିବେ। କୁଏତର ଆମିର ଶେଖ୍ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ନିମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ମୋଦି କୁଏତ ଗସ୍ତ କରିଛନ୍ତି। ୪୩ ବର୍ଷ ପରେ ଭାରତୀୟ ଭାବେ ମୋଦି କୁଏତ ଗସ୍ତ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି। ସେଠାରେ ଥିବା ଭାରତୀୟ ଶ୍ରମିକ ଶିବିର ପରିଦର୍ଶନ କରିବା ସହ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧନ କରିଛନ୍ତି।ମୋଦିଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଗସ୍ତ ସହାୟକ ହେବ।