thelifelinemedia
Latest Odisha News, Breaking News Today

ଆହୁରି ୨୪ ଘଣ୍ଟା ଭିଜିବ ଓଡିଶା: ବର୍ଷା କମିବା ପରେ ବଢିବ ଶୀତ

ଭୁବନେଶ୍ୱର: ଆହୁରି ୨୪ ଘଣ୍ଟା ଭିଜିବ ଓଡ଼ିଶା। ରାଜ୍ୟରେ ଲାଗି ରହିବ ବର୍ଷା।ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା। ଆଜି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି।

ତେବେ କାଲିଠୁ କମିବ ବର୍ଷାର ପରିମାଣ । ବର୍ଷା କମିବା ପରେ ବଢିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସହ ଏକ ପଶ୍ଚିମା ଝଡ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଶୀତ ମଧ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଏଥିପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ନୟାଗଡର ରଣପୁରରେ ସର୍ବାଧିକ ୧୦୮.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସମ୍ଭାବ୍ୟ ବର୍ଷା ପ୍ରଭାବରେ ରାଜ୍ୟରେ ଶୀତ ଲହରି ସାମାନ୍ୟ କମିଛି। ୪ ଦିନ ପରେ ସର୍ବନିମ୍ନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.