thelifelinemedia
Latest Odisha News, Breaking News Today

ବର୍ଷା ଯୋଗୁଁ ଆସନ୍ତାକାଲି ପୁଣି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ:ଲଘୁଚାପ ଜନିତ ବର୍ଷା ଯୋଗୁଁ ଆସନ୍ତା କାଲି ପୁଣି ପର୍ଯ୍ୟଟକ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ପାଇଁ ଆଜି ବି ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ । ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପାଣିପାଗ ବିଭାଗ କହିଛି, ଆହୁରି ୨୪ ଘଣ୍ଟା ଭିଜିବ ଓଡ଼ିଶା। ରାଜ୍ୟରେ ଲାଗି ରହିବ ବର୍ଷା।ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗି ରହିବ ବର୍ଷା। ଆଜି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ନିଷ୍ପତ୍ତି ହୋଇଛି ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.